ନଦୀରୁ ମିଳିଲା ନବଜାତ ଶିଶୁର ମୃତଦେହ

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜୁଙ୍ଗ ଗ୍ରାମ ନିକଟରେ ଥିବା କଣ୍ଟିଆଚେରା ପୋଲ ତଳୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ପୋଲ ତଳେ ମୃତଦେହଟି ଭାସୁଥିବା ବେଳେ କିଛି ଗ୍ରାମବାସୀ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆଖପାଖ ଅଞ୍ଚଳରେ ପଚରାଉଚରା କରିଥିଲା । ସୂଚନାଯୋଗ୍ୟ, ଗୋପାଳପୁରରୁ ବାଲେଶ୍ୱର ଯାଉଥିବା ଏହି ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ତେଣୁ କେହି ଜଣେ ପୋଲ ଉପରୁ ଏହି ଶିଶୁଟିକୁ ପାଣିରେ ଫିଙ୍ଗି ଦେଇଥିବା ସନେ୍ଦହ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons