ନଦୀରୁ ମିଳିଲା ମୋନାଲିସାଙ୍କ ମୃତଦେହ

Get real time updates directly on you device, subscribe now.

ଲମତାପୁଟ, (ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ପଡ଼ୁଆ ଥାନା ଅନ୍ତର୍ଗତ ପଡେ଼ଇ ଗାଁରେ ଶୌଚ ପାଇଁ ଯାଇ ଜଣେ ନାବାଳିକା ନଦୀରେ ଭାସି ଯାଇଥିବା ବେଳେ ଆଜି (ମଙ୍ଗଳବାର) ତାଙ୍କ ମୃତଦେହ ମିଳିଛି । ତାଙ୍କ ନାଁ ମୋନାଲିସା କିରିସାନି । ସେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ । ଗତକାଲି ସନ୍ଧ୍ୟାରେ ମୋନାଲିସା ତାଙ୍କ ସାନ ଭଉଣୀ ସହ ଶୌଚ ପାଇଁ ପଡେ଼ଇ ନଦୀ ଘାଟକୁ ଯାଇଥିଲେ । ତେବେ ଘାଟରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ଭାସି ଯାଇଥିଲେ । ଗତକାଲି ଗାଁ ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ଆଜି (ମଙ୍ଗଳବାର) ସକାଳେ ନଈ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons