ରାଉରକେଲା, (ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧୀନ କୁଆରମୁଣ୍ଡା ଅଞ୍ଚଳର ଜଣେ ଯୁବକ କୋଏଲ ନଦୀରେ ବୁଡ଼ି ଯାଇଛନ୍ତି । ତାଙ୍କର କୌଣସି ପତ୍ତା ମିଳୁନି । ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୩ ଜଣ ଯୁବକ କୋଏଲ ନଦୀରେ ବୁଡ଼ି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି । ଶୁକ୍ରବାର ଅଗ୍ନିଶମ ବାହିନୀ , ପୋଲିସ ଏବଂ ଗ୍ରାମବାସୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ଠାବ କରାଯାଇ ପାରିନାହିଁ । ସେଥିପାଇଁ ଶନିବାର ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.