ନଦୀରେ ଭାସୁଛି ମହିଳାଙ୍କ ମୃତଦେହ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ତାନା ଅନ୍ତଗର୍ତ ଦୁବଲାପାଳ ଗାଁର ସମାକୋଇ ନଦୀର ଦୁଇ ମୁହାଣ ଘାଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ଶରୀରର ମୁଣ୍ଡ ନଷ୍ଟ ହୋଇଯାଇଥିବାରୁ ତାଙ୍କ ପରିଚୟ ଜଣାପଡି ନାହିଁ । ତେବେ ମୃତଦେହକୁ ଏକ କାଠରେ ବନ୍ଧା ଯାଇଥିବା ଜଣାପଡିଛି । ଖବର ପାଇ ତେଲକୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହି ମହିଳାଙ୍କୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ସନେ୍ଦହ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons