ଜଗତସିଂହପୁର, (ବି.ବି.ନୁ୍ୟଜ୍): ନଦୀପଠାରୁ ମିଳିଲା ୪ଟି ମଣିଷ ଖପୁରି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣନନ୍ଦପୁର ନୂଆଗାଁ ନିକଟ ପାଇକା ନଦୀ ପଠାରୁ ଏହି ଖପୁରି ଜବତ ହୋଇଛି । ତେବେ ଗୁଣି ସନେ୍ଦହରେ ହତ୍ୟାକାଣ୍ଡ ହୋଇଥିବା ସନେ୍ଦହ କରି ପୋଲିସ ଜଣଙ୍କୁ ଜେରା କରିବା ପରେ ଛାଡ଼ି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ପାଇକା ନଦୀ ପଠାରେ ୪ଟି ମଣିଷ ଖପୁରି ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋଟିଏ ଖପୁରି ନଦୀ ପଠାରେ ପଡିଥିବା ବେଳେ ଆଉ ତିନୋଟି ଖପୁରି ନଦୀରେ ଭାସୁଥିବା ଦେଖିଥିଲେ । ଏହାପରେ ପୋଲିସ ୪ଟି ଖପୁରିକୁ ଜବତ କରିଥିଲା । ଏଥିସହ ମୃତଦେହ ମିଳିବା ଆଶଙ୍କାରେ ପୋଲିସ ଖୋଜାଖୋଜି କରିଥିଲା । ହେଲେ କିଛି ପାଇନଥିଲା । ପୋଲିସର କହିବା ଅନୁସାରେ, ଖପୁରି ପଡିଥିବା ସ୍ଥାନଠାରୁ କିଛି ଦୂରରୁ ଏକ କଳସ, ନଡ଼ିଆ ଓ ସିନ୍ଦୁର ଜବତ ହୋଇଛି । ଏହି ଘଟଣା ସମ୍ପର୍କରେ କିଚି ଲୋକଙ୍କୁ ପଚରାଉଚରା କରିଥିଲା । ବାହାରୁ ଆସି କ୍ରିଷ୍ଣାନନ୍ଦପୁର ପଞ୍ଚାୟତ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗୁଣି ଗାରେଡ଼ି କରୁଥିବା ସୂଚନା ପାଇ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ହେଲେ ତାଙ୍କଠାରୁ ସେଭଳି କିଛି ତଥ୍ୟ ନମିଳିବାରୁ ତାଙ୍କୁ ତାଗିଦ୍ କରି ଛାଡ଼ି ଦେଇଥିଲା ।
Comments are closed, but trackbacks and pingbacks are open.