ନନ୍ଦନକାନନରେ ଜଳହସ୍ତୀ ମୃତ

Get real time updates directly on you device, subscribe now.

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ମାଇ ଜଳହସ୍ତୀର ମୃତ୍ୟୁ ହୋଇଛି। ଜଳହସ୍ତୀଟି ଗତ ୩୦ ତାରିଖରୁ ଅସୁସ୍ଥ ହୋଇପଡ଼ିଥଲା। ତା’ ପରଠାରୁ ସେ କମ୍ ଖାଦ୍ୟ ଗ୍ରହଣ କରୁଥିଲା। ଜଳହସ୍ତୀକୁ ତରଳ ଖାଦ୍ୟ ସହ ଇଂଜେକ୍‌ସନ ଓ ଓଷଧ ଦିଆଯାଉଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଳହସ୍ତୀର ଆଜି ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ନନ୍ଦନକାନନରେ ଏବେ ୩ଟି ପୁରୁଷ, ୮ଟି ମାଈ ଓ ୨ଟି ଜଳହସ୍ତୀ ଶାବକ ରହିଛନ୍ତି। ତେବେ ହାତୀ ପରେ ଏବେ ଜଳହସ୍ତୀ ମୃତ୍ୟୁ ନନ୍ଦନକାନନ୍‌ କର୍ତ୍ତୃପକ୍ଷଙ୍କର ଚିନ୍ତା ବଢ଼ାଇ ଦେଇଛି। ହର୍‌ପିସ୍‌ ଭାଇରସ୍‌ ଆକ୍ରନ୍ତରେ ହାତୀଙ୍କ ଜୀବନ ଯାଉଥିବା ବେଳେ ଜଳହସ୍ତୀର ମୃତ୍ୟୁର କାରଣ ହର୍‌ପିସ୍ ନା ଆଉ କିଛି ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons