ନନ୍ଦନକାନନ ଆନାକୋଣ୍ଡା ଅସୁସ୍ଥ ଘଟଣା:ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ଫେରିଲେ ବିଶେଷଜ୍ଞ

Get real time updates directly on you device, subscribe now.

ଚନ୍ଦକା, (ବି.ବି.ନୁ୍ୟଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁଆଡ଼ ନଂ ୪୫(କ)ରେ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥିବା ହଳଦିଆ ଆନାକୋଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ରହିଛି । ୨ଟି ଆନାକୋଣ୍ଡାଙ୍କର ମୃତୁ୍ୟ ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ । ଅସୁସ୍ଥ ଥିବା ୪ଟି ଆନାକୋଣ୍ଡାଙ୍କୁ ସ୍ୱତନ୍ତ୍ର କାଠ ବାକ୍ସ ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଥିଲା ।
ଇତିମଧ୍ୟରେ ସୋମବାର ମାଡ୍ରାସ କ୍ରୋକୋଡାଇଲ୍ ଟ୍ରଷ୍ଟ ବ୍ୟାଙ୍କ ପକ୍ଷରୁ ଆସିଥିବା ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ଅସୁସ୍ଥ ଆନାକୋଣ୍ଡା ମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଖୁଆଡ଼ର ତାପମାତ୍ରା ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ତଦାରଖ କରିଥିଲେ । ସେମାନଙ୍କ ମତରେ ଖୁଆଡ଼ର ପରିବେଶ ଓ ତାପମାତ୍ରା ସବୁ ଠିକ୍ ରହିଛି । ତା’ ସହିତ ନନ୍ଦନକାନନ କର୍ତ୍ତୃପକ୍ଷ ଅସୁସ୍ଥ ଆନାକୋଣ୍ଡାଙ୍କ ପାଇଁ ଯେଉଁ ପ୍ରକାର ଚିକିତ୍ସା ପଦ୍ଧତି ଆପଣାଇଛନ୍ତି ତାହା ମଧ୍ୟ ଠିକ୍ ଅଛି ବୋଲି ମତ ଦେଇଛନ୍ତି । ୬ଟି ଯାକ ଆନାକୋଣ୍ଡା ଏବେ ବିପଦମୁକ୍ତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ରକ୍ତଝାଡ଼ାରେ ଆକ୍ରାନ୍ତ ଥିବା ୪ଟି ଆନାକୋଣ୍ଡା ଏବେ ସାମାନ୍ୟ ସ୍ଥିତିକୁ ଆସିଥିବା ବିଶେଷଜ୍ଞମାନେ କହିଛନ୍ତି । ଆଜି ସକାଳ ୮ଟାରୁ ୧୦ଟା ମଧ୍ୟରେ ଡାକ୍ତର କାର୍ତ୍ତିକ ଓ ଡାକ୍ତର ରୁଚିକା ଅସୁସ୍ଥ ଆନାକୋଣ୍ଡାମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଆଗାମୀ ଦିନରେ କି ପ୍ରକାର ସ୍ୱତନ୍ତ୍ର ତତ୍ତ୍ୱାବଧାନର ଆବଶ୍ୟକ ରହିଛି ତାହା ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ମାଡ୍ରାସ ଫେରିଯାଇଥିଲେ । ଏବେ ଚିକିତ୍ସାଧୀନ ୪ଟି ଓ ସୁସ୍ଥ ଥିବା ୨ ଆନାକୋଣ୍ଡାଙ୍କୁ ଅଲଗା ଅଲଗା କରି ରଖାଯାଇଛି ।
ସେମାନଙ୍କୁ ଆଣ୍ଟିବାୟୋଟିକ୍, ଆଣ୍ଟି ପୋଟାଜଲ, ଭିଟାମିନ୍ ପ୍ରଦାନ କରାଯିବା ସହିତ ସ୍ୱଚ୍ଛ ପାଣି ପାଇଁ ଆକ୍ୱାଗାର୍ଡ ବ୍ୟବହାର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଯାଇଛନ୍ତି । ବାହାର ତାପମାତ୍ରା ବର୍ତ୍ତମାନ ୨୬ରୁ ୨୭ ଡିଗ୍ରୀ ରହୁଥିବା ବେଳେ ଖୁଆଡ଼ ତାପମାତ୍ରାକୁ ୩୦ରୁ ୩୨ ଡିଗ୍ରୀ ରଖାଯାଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons