ନବବଧୂଙ୍କ ଆତ୍ମହତ୍ୟା!

Get real time updates directly on you device, subscribe now.

ସୋର: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ। ସୋର ଥାନା ସାଜନପୁର ପାଞ୍ଚାୟତ କସପା ଗ୍ରାମର ରଘୁନାଥ ଜେନାଙ୍କ ବଡ଼ ବୋହୂ ଶୁଭ୍ରଶ୍ବେତପଦ୍ମା ବେହେରା ପଙ୍ଖାରେ ଲୁଗା ଲଗାଇ ରଶି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପଟେ ସେ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି। ଏନେଇ ପରିବାର ପକ୍ଷରୁ ସୋର ଥାନାରେ ଏତଲା ଦିଆଯାଇଛି।
ମୃତ ମହିଳା ହେଲେ ସିମୁଳିଆ ଥାନା ସୂଙ୍ଗୁଡା ଗ୍ରାମର। ମିଳିଥିବା ସୂଚନା ମୁତାବକ, ସେ ପ୍ରଥମେ ବେତଡାର ଜଣେ ଯୁବକଙ୍କୁ ବିବାହ କରିଥିଲେ। କୌଣସି କାରଣ ଯୋଗୁଁ ଉଭୟଙ୍କ ବିଚ୍ଛେଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ରକେଶ ଜେନା ନାମକ ଯୁବକଙ୍କୁ ଶୁଭ୍ରଶ୍ବେତପଦ୍ମା ପ୍ରେମ ବିବାହ କରିଥିଲେ। ସେ ହାଇଦ୍ରାବାଦରେ ରହି କାମ କରନ୍ତି। ବିବାହ ୬ ମାସ ନପୁରୁଣୁ ସେ କାହିଁକି ଆତ୍ମହତ୍ୟା କଲେ, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ମୃତଦେହ ନିକଟରୁ ସୁଇସାଇଟ୍ ନୋଟ୍ ମିଳିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons