ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ସନି ମେହେଟ୍ଟାଙ୍କର ସୋମବାର ରାତିରେ ପରଲୋକ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଆସନ୍ତାକାଲି ନବବର୍ଷ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଦଳୀୟ ସମର୍ଥକ ଓ ଶୁଭେଛୁମାନେ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସନି ହେଉଛନ୍ତି ନୁ୍ୟୟର୍କର ପ୍ରତିÂିତ ପବ୍ଲିକେଶନ ଗ୍ରୁପ୍ ‘ ଆଲଫ୍ରେଡ୍ ଏ କ୍ଲୋଫ୍’ ର ମୁଖ୍ୟ ସଂପାଦକ । ସେ ‘ କ୍ଲୋଫ୍ ଡବଲ ଡେ’ର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରୁଥିଲେ । ସନିଙ୍କର ଗତ ୧୯୯୯ ରେ ବାଇପାସ୍ ସର୍ଜରୀ ହୋଇଥିଲା । ତାଙ୍କର ଗତକାଲି ରାତିରେ ନୁ୍ୟୟର୍କରେ ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ସଂପର୍କରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସନିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ଶୋକବ୍ୟକ୍ତ କରିଛନ୍ତି । ବିଶ୍ୱବ୍ୟାପୀ ପାଠକମାନେ ଶ୍ରୀ ମେହେଟ୍ଟାଙ୍କୁ ନିଶ୍ଚୟ ମନେ ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଗୀତା ଓ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ କରି ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।
Comments are closed, but trackbacks and pingbacks are open.