ନବରଙ୍ଗପୁରରୁ ହଟିଲା ନାଇଟ୍ କର୍ଫୁ୍ୟ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଥିଲା। ତେବେ ରବିବାର ନବରଙ୍ଗପୁରରୁ ନାଇଟ୍ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ସୂଚନାଯୋଗ୍ୟ ମାର୍ଚ୍ଚ ୨୫ରୁ ରାତି ୮ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା। ନବଙ୍ଗପୁର ଜିଲ୍ଲାପାଳ ବୁଧବାର ଏହାର ଘୋଷଣା କରିଥିଲେ। ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ତେବେ ସ୍ଥିତିରେ କିଛିଟା ସୁଧାର ଆସିବା ପରେ ଜିଲ୍ଲାପାଳ ରବିବାର ଜିଲ୍ଲାରୁ ନାଇଟ୍‌ କର୍ଫ୍ୟୁ ପ୍ରତ୍ୟାହାର କରିଛନ୍ତି।
ନାଇଟ୍ କର୍ଫ୍ୟୁ ସହ ଜିଲ୍ଲାପାଳ ଆଉ କିଛି କଟକଣା ଜାରି କରିଥିଲେ। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା ନିୟମ ରହିଥିଲା। ଜରୁରୀ ନଥିବା ସେମିନାର, ଓ୍ଵାର୍କସପ୍‌, କନଫରେନ୍ସ କାର୍ୟ୍ୟକ୍ରମକୁ ବାତିଲ୍ କରାଯାଇଥିଲା। ଏପରିକି ଗହଳି ହେଉଥିବା ଧାର୍ମିକ କାର୍ୟ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ଏତିକି ନୁହେଁ ବାହାଘର ବରଯାତ୍ରୀ ଶୋଭାଯାତ୍ରା ଓ ଅପେରା ଉପରେ ରୋକ୍ ଲଗାଯାଇଥିଲା। ତେବେ ଏହି କଟକଣା କେବେ ଉଠିବ ସେ ସଂପର୍କରେ କିଛି ସୂଚନା ଦିଆଯାଇ ନାହିଁ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons