
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ଯୋଦ୍ଧାଙ୍କ ମୃତୁ୍ୟ । ତାଙ୍କ ନାଁ କୌଳାସ ଚନ୍ଦ୍ର ବେହେରା (୫୭) । କରୋନାରେ ଆକ୍ରାନ୍ତ ହୋଇ ଗତକାଲି ତାଙ୍କର ମୃତୁ୍ୟ ହୋଇଛି । କୌଳାସ ଡାବୁଗା ଁଥାନା ସିଂସାରୀ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କର ମୃତୁ୍ୟ ପରେ ପୁଲିସ୍ ବାହିନୀରେ ଶୋକର ଛାୟା ଖେଳିଯାଇଛି । ନବରଙ୍ଗପୁର ଏସ୍ପି କାର୍ଯ୍ୟାଳୟଠାରେ ପୁଲିସ୍ ବାହୀନି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁÂିତ ହୋଇଛି । ନବରଙ୍ଗପୁର ଏସ୍ପି ପ୍ରହଲ୍ଲାଦ ସାହି ମୀନା, ଅତିରିନ୍ତ ଏସ୍ପି ଚିଏଚ୍ ହୃଦାନନ୍ଦ, ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ ।


Comments are closed, but trackbacks and pingbacks are open.