ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଛି । ନବରଙ୍ଗପୁର ସହର ବଙ୍ଗଳାଗୁଡା ନିକଟ ଇନ୍ଦ୍ରାବତୀ ନଦୀରେ ନିର୍ମାଣାଧୀନ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଜଳ ସଂରକ୍ଷଣ ପ୍ରକଳ୍ପର ୫୦ ପ୍ରତିଶତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୨୦୨୨ ଜାନୁଆରୀ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ବୁଧବାର ଏହି ଜିଲ୍ଲା ଗସ୍ତରେ ଆସିଥିବା ଅବସରରେ ଉପରୋକ୍ତ ସୂଚନା ଦେବା ସହ ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିଦେ୍ର୍ଧଶ ଦେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ୨୦ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ କରାଯାଇଛି ।
ଜିଲ୍ଲାରେ ଜଳସେଚନ ପରିମାଣ ବୃଦ୍ଧି କରିବାକୁ ବହୁ ପ୍ରତିକ୍ଷୀତ ଟୁରୀ-ଗୁଣିଥାଟ୍ ସେଚ ପ୍ରକଳ୍ପ ଲାଗି ଡିପିଆର୍ ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟ ସଚିବ ନିଦେ୍ର୍ଧଶ ଦେଇଛନ୍ତି । ଟୁରୀ-ଗୁଣିଥାଟ୍ ସେଚ ପ୍ରକଳ୍ପ ଦ୍ୱାରା ୯ହଜାର ୧୩୫ ହେକ୍ଟର ଜମିକୁ ଜଳସେଚନ କରିବା ସକାଶେ ଲକ୍ଷ୍ୟ ରଖାଯାଇଛି । ଅନ୍ୟାନ୍ୟ ସେଚ ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ସମୀକ୍ଷା କରିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
ନବରଙ୍ଗପୁର ରାଜାଚୈତନ୍ୟ ହାଇସ୍କୁଲରେ ରୁପାନ୍ତରିତ କାର୍ଯ୍ୟକ୍ରମରେ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଇ-ସ୍ମାର୍ଟ କ୍ଲାସ୍ ରୁମ୍, ପାଠାଗାର, ଆରଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଡାଇନିଂ ହଲ୍ ସମେତ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଚିବମାନେ ଅନୁଧ୍ୟାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୬କୋଟି ୯୭ ଲକ୍ଷ ବ୍ୟୟରେ ନିର୍ମାଣାଧୀନ ୧୦୦ ଶଯ୍ୟା କୋଠା ଓ ଅrିଜେନ୍ ପ୍ଲାଣ୍ଟର ଅଗ୍ରଗତି ସଂପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ । ଆସନ୍ତା ୨୫ ସେପ୍ଟେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଆଜିର ଏହି ଗସ୍ତରେ ସାମିଲ ଥିଲେ ଜଳସଂପଦ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିନିଲ କ୍ରୀଷ୍ଣା,ଏନ୍ଏଚଏମ ନିଦେ୍ର୍ଧଶିକା ସାଲିନୀ ପଣ୍ଡିତ । ସଚିବମାନେ ମୁଖ୍ୟତଃ ଜଳସେଚନ, ସ୍ୱାସ୍ଥ୍ୟ ଓ ୫ଟି-ଯୋଜନାରେ ବିଦ୍ୟାଳୟ ରୂପାନ୍ତରିତ ଯୋଜନାର ସମୀକ୍ଷା କରିବା ସହ କୋଭିଡ୍ର ସମ୍ଭାବ୍ୟ ତୃତୀୟ ଲହରୀ ନେଇ ଆଗୁଆ କ’ଣ ସବୁ ଯୋଜନା କରାଯାଇଛି ତାହାର ଟିକିନିଖି ତଦାରଖ କରି ଫେରିଛନ୍ତି । ନବରଙ୍ଗପୁର ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ର ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ


Comments are closed, but trackbacks and pingbacks are open.