ନବରଙ୍ଗପୁରରେ ୩୫୧ଜଣ କରୋନା ପଜିଟିଭ୍

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲାରେ କରୋନା ନିଅାଁ ଭଳି ବ୍ୟାପିବାରେ ଲାଗିଛି । ଦିନକ ପାଇଁ ବି କରୋନା ଫୁରସତ୍ ନେଉନି । ଜିଲ୍ଲାରେ ପ୍ରତିଦିନ ୩୦୦ ଉପରେ କରୋନା ମାଡ଼ି ଚାଲିଛି । ଜିଲ୍ଲା କରୋନା ୧୬ହଜାର ପାର୍ କରି ସାରିଲାଣି । ଆଜି ପୁଣି ନବରଙ୍ଗପୁର ଜିଲ୍ଲାରେ ୩୫୧ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଉମରକୋଟ ସହରରେ ୩୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଭଳି ଉମରକୋଟ ବ୍ଲକରେ ୬୫ ଜଣ, ନବରଙ୍ଗପୁର ସହରରେ ୨୯ ଜଣ, ନବରଙ୍ଗପୁର ବ୍ଲକରେ ୨୩ ଜଣ, ଝରିଗାଁ ବ୍ଲକ୍ରେ ୬୮ ଜଣ, ରାଇଘର ବ୍ଲକରେ ୨୨ଜଣ, ଚନ୍ଦାହାଣ୍ଡି ବ୍ଲକ୍ରେ ୩୮ଜଣ, ଡାବୁଗାଁ ବ୍ଲକ୍ରେ ୧୦ ଜଣ, ପାପଡ଼ାହାଣ୍ଡି ବ୍ଲକ୍ରେ ୧୩, କୋଷାଗୁମୁଡ଼ା ବ୍ଲକ୍ରେ ୧୫ଜଣ, ନନ୍ଦାହାଣ୍ଡି ବ୍ଲକ୍ରେ ୧୭ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ୧୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାରେ ଆଜି ସୁଦ୍ଧା ୧୬ହଜାର ୪୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons