ନବରଙ୍ଗପୁର, (ବି.ବି.ନୁ୍ୟଜ୍):ନବରଙ୍ଗପୁର ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା । ଝୋରୀଗାଁ ବ୍ଲକ ସିଉନାଗୁଡ଼ା ଗ୍ରାମରେ ଚନ୍ଦ୍ରା ଭତ୍ରା ଙ୍କ ପ୍ରସବ ବେଦନା ଆରମ୍ଭ ହେବା ଯୋଗୁଁ ଆଶା ଦିଦି ଙ୍କ ମାଧ୍ୟମରେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଗାଁର ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ପ୍ରାୟ ଏକ କିଲୋମିଟର ଗର୍ଭବତୀ ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ପହଞ୍ଚିଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ସହି ନ ପାରି ବାଟରେ ହିଁ ଆମ୍ବୁଲାନ୍ସ ରେ ଏକ ଶିଶୁପୁତ୍ର କୁ ଜନ୍ମ ଦେଇଥିଲେ । ମା ଓ ଶିଶୁ ଙ୍କୁ ଝରିଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଉଭୟେ ମା ଓ ଶିଶୁ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି , ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର ଏହି ପରି ଘଟଣା ଘଟୁଛି । ଅପହଞ୍ଚ ଅଞ୍ଚଳକୁ ଆମ୍ବୁଲାନ୍ସ ପହଞ୍ଚିପାରୁ ନଥିବା ଯୋଗୁଁ କେତେବଳେ ଗର୍ଭବତୀ ଖଟିଆ ଓ ଷ୍ଟେର୍ଚର ବୁହା ହେଉଛନ୍ତି ତ ଆଉ କେତେ ବେଳେ ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଯିବାକୁ ପଡୁଛି ।
Comments are closed, but trackbacks and pingbacks are open.