ନବୀନଙ୍କୁ ଭୂୟସୀ ପ୍ରଶଂସା କଲେ ନୀତିଶ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ଭୂୟସୀ ପ୍ରଶଂସା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ନବୀନ ଜଣେ ଭିନ୍ନ ଓ ନିଆରା ରାଜନେତା ବୋଲି ‘ଇଣ୍ଡିଆ ଟୁଡେ’ ମାଗାଜିନରେ ଏକ ନିବନ୍ଧରେ ସେ ଲେଖିଛନ୍ତି । ନବୀନଙ୍କ ବ୍ୟକ୍ତିତ୍ୱ, ପ୍ରାଶାସନିକ ଦକ୍ଷତା ଓ ନିÂାକୁ ସେ ମନଖୋଲା ପ୍ରଶଂସା କରିଛନ୍ତି । ନୀତିଶଙ୍କ ଏ ଲେଖାକୁ ନେଇ ଏବେ ଜାତୀୟସ୍ତରରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନ ନୀତିଶଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ସାଢେ଼ ୪କୋଟି ଓଡ଼ିଶାବାସୀ ମୋ ପରିବାର । ସେମାନଙ୍କ ସେବା ହିଁ ମୋର ପ୍ରଥମ କର୍ତ୍ତବ୍ୟ ।
ବିହାର ମୁଖ୍ୟମନ୍ତ୍ରୀ ନିଜ ଲେଖାରେ ଉଲ୍ଲେଖ କରିଛନ୍ତି, ନବୀନ ଜଣେ ମିଷ୍ଟଭାଷୀ, କଠିନ ପରିଶ୍ରମୀ ରାଜନେତା । ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି । ସବୁବେଳେ ରାଜ୍ୟବାସୀଙ୍କର ସେ ପ୍ରଥମ ପସନ୍ଦ । କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରି ସେ ଦେଶର ସର୍ବଶ୍ରେÂ ମୁଖ୍ୟମନ୍ତ୍ରୀ ମାନ୍ୟତା ପାଇଛନ୍ତି । ନିକଟରେ କରୋନା ପରିଚାଳନାରେ ସଫଳ ହୋଇ ସେ ‘ଇଣ୍ଡିଆ ଟୁଡେ’ର ମୁଡ୍ ଅଫ ଦ ନେସନ୍ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସେ ଶୀର୍ଷରେ ଅଛନ୍ତି । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମଧ୍ୟ ଏହାର ସଫଳ ମୁକାବିଲା କରିବାରେ ସେ ସଫଳ ହୋଇଛନ୍ତି । କ୍ରୀଡ଼ା ଓ ପର୍ଯ୍ୟଟନରେ ବିକାଶ ପାଇଁ ତାଙ୍କ ସଂକଳ୍ପବଦ୍ଧତା ଏବେ ଦେଶରେ ଉଦାହରଣ ପାଲଟିଛି । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶରେ ନବୀନ ବଡ଼ ପରବର୍ତ୍ତନ ଆଣିଛନ୍ତି ବୋଲି ବିହାର ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।
ଏ ନେଇ ରାଜ୍ୟସଭା ସାଂସଦ ଡ. ଅମର ପ;ନାୟକ ଟ୍ୱିଟ୍ କରିଛନ୍ତି, ନୀତିଶଙ୍କ ଏଭଳି ପ୍ରଶଂସା ପାଇଁ ଆମେ ଧନ୍ୟବାଦ ଜଣାଉଛୁ । ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଓ “କାଳିଆ’ ଯୋଜନା ଜାତୀୟସ୍ତରରେ ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ । ଦଳୀୟ ରାଜନୀତିରୁ ଉପରକୁ ଉଠି ରାଜ୍ୟ ଓ ଦେଶର କଲ୍ୟାଣରେ ସେ ସର୍ବଦା ବ୍ରତୀ ହୋଇ ଆସିଛନ୍ତି । କରୋନା ମହାମାରୀ ସମୟରେ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ରାଜ୍ୟକୁ ଅrିଜେନ୍ ଯୋଗାଣ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ରାଷ୍ଟ୍ରନୀତିଜ୍ଞର ପ୍ରମାଣ ଦେଇଥିଲେ । କଥା ଅପେକ୍ଷା ସେ କାମରେ ବିଶ୍ୱାସ କରନ୍ତି । ରାଜ୍ୟ ତଥା ଦେଶ ପାଇଁ ତାଙ୍କ ନିÂା ଓ ପ୍ରତିଶ୍ରୁତିବଦ୍ଧତା ବଳବତ୍ତର ଥିବାରୁ ରହିଥିବାରୁ ସେ ଭିନ୍ନ ରାଜନୀତିଜ୍ଞ ବୋଲି ନୀତୀଶ ଲେଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons