ନବୀନଙ୍କ ‘ଅପରେସନ କ୍ଲିନ୍’:୬ ଅଧିକାରୀ ଚାକିରିରୁ ବିଦା, ୫ ଜଣଙ୍କ ପେନସନ ବନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୌଣସି ପରିସ୍ଥିତିରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବନି । ଦୁର୍ନୀତି ଅଭିଯୋଗ ଆସିଲେ ଏବଂ ତଦନ୍ତରେ ସତ ପ୍ରମାଣିତ ହେଲେ ବଳପୂର୍ବକ ଚାକିରିରୁ ବହିଷ୍କାର କରାଯିବ । ସରକାରୀ ଚାକିରିରେ ଅଛ । ଲୋକଙ୍କୁ ନିÂାର ସହ ସ୍ୱଛ ସେବା ଯୋଗାଅ । ସାମାନ୍ୟ ତ୍ରୁଟି ବିଚୁ୍ୟତିରେ ଆଉ ମାଫ୍ ନାହିଁ । ଏପରିକି ଚାକିରିରୁ ଅବସର ପରେ ଯଦି ତଦନ୍ତ ରିପୋର୍ଟରେ ଦୁର୍ନୀତି ଧରାପଡେ଼ ପେନସନରେ ମଧ୍ୟ ତାଲା ଲାଗିବ ।
ଦୁର୍ନୀତି ବିରୋଧୀ ଅଭିଯାନକୁ ବେଶ ତେଜି ଏବଂ କଡା କାର୍ଯ୍ୟାନୁÂାନ ଗ୍ରହଣ କରି ଏମିତି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ । ନବୀନଙ୍କ ‘ଅପରେସନ କ୍ଲିନ’ରେ ଆଜି ପୁଣି ୬ ଅଫିସରଙ୍କ ମୁଣ୍ଡ ଗଡ଼ିଛି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଚାକିରିରୁ ବହିଷ୍କାର କରିଛନ୍ତି । ଏହାଛଡ଼ା ୫ ଜଣ ଅଧିକାରୀଙ୍କ ପେନସନ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ପେନସନ ବନ୍ଦ କରାଯାଇଥିବା କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଓଏଏସ୍ ଅଫିସର । ଗତ ଦୁଇ ମାସ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ୪୪ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୧୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ମଧ୍ୟ ବନ୍ଦ କରାଯାଇଛି । ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚଖୋର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଜିରୋ ଟଲରାନସ୍ ନୀତି ଅସାଧୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଆଣିଛି ।
କ୍ରମାଗତ ୫ମ ପାଳିରେ ନବୀନ ରାଜ୍ୟର କ୍ଷମତା ଡୋରି ଧରିବା ପରେ ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ସହ ‘୫ ଟି’ ମନ୍ତ୍ର ଆପଣାଇଛନ୍ତି । ସରକାରୀ ସେବାରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ଏବଂ ସ୍ୱଛ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଆଜି ବିଦା ହୋଇଥିବା ଅଧିକାରୀମାନେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ । ସେମାନଙ୍କୁ ବଳପୂର୍ବକ ବହିଷ୍କାର କରି ନବୀନ ସ୍ପଷ୍ଟ କରିଛନ୍ତି, ସରକାରୀ ଚାକିରିରେ ଯିଏ ଦୁର୍ନୀତିରେ ସଂପୃକ୍ତ ରହିବେ ସେ ତଡ଼ା ଖାଇବେ ।
ଆଜି ବିଦା ହୋଇଥିବା ଅଧିକାରୀମାନେ ହେଲେ ରବୀନ୍ଦ୍ର ଦାସ (ପୂର୍ତ୍ତ ସହକାରୀ ଯନ୍ତ୍ରୀ, କୁଡୁମୁଲୁଗୁମା କ୍ଲକ, ମାଲକାନଗରି), ବୁଦ୍ଧିରାମ ଶୁନିଆନି ( କନିÂ ଯନ୍ତ୍ରୀ, ପଞ୍ଚାୟତିରାଜ, ଧନକୁଡ଼ା ବ୍ଲକ ସମ୍ବଲପୁର), ସୁରେଶ ଚନ୍ଦ୍ର ମିଶ୍ର, ପ୍ରୋଗ୍ରେସ ଆସିଷ୍ଟାଣ୍ଟ, ପାପଡ଼ାହାଣ୍ଡି ବ୍ଲକ, ନବରଙ୍ଗପୁର), ହେମନ୍ତ କୁମାର ପଣ୍ଡା (ବନାଞ୍ଚଳ ଅଧିକାରୀ, ଜଙ୍ଗଲ ବିଭାଗ ୱାର୍କିଂ ପ୍ଲାନ ଅଫିସ, ଅନୁଗୁଳ), ପୃଥ୍ୱୀରାଜ ଲେଙ୍କା, ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ଏନଏଚ ଡିଭିଜନ, ବ୍ରହ୍ମପୁର), ସୁଶୀଲ କୁମାର ସେଠ, ସହକାରୀ ଯନ୍ତ୍ରୀ, ଜଳସମ୍ପଦ ବିଭାଗ, ହାଟଡିହି ବ୍ଲକ, କେନ୍ଦୁଝର) ।
ସେହିଭଳି ସ୍ଥାୟୀ ଭାବେ ପେନସନ ବନ୍ଦ ହୋଇଥିବା ଅଧିକାରୀମାନେ ହେଲେ, ବରଗଡ଼ ମୁ୍ୟନିସପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ, ଖଣ୍ଡପଡ଼ା ବ୍ଲକର ପୂର୍ବତନ ବିଡିଓ ସନାତନ ସେଠୀ, କୋରାପୁଟର ପୂର୍ବତନ ଆରଟିଓ ପୁରନ୍ଦର ପୂଜାରୀ, ବଣାଇ ପୂର୍ତ୍ତ ବିଭାଗ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା ଓ ମୟୂରଭଞ୍ଜ ଖୁଣ୍ଟା ବ୍ଲକର ପୂର୍ବତନ ଜେଇ ପୀତାମ୍ବର ପ୍ରତିହାରୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons