ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ପଦକ୍ଷେପ ସହ ଜନସାଧାରଣଙ୍କ ସହଯୋଗରୁ ରାଜ୍ୟରେ କରୋନା ପରିଚାଳନାରେ ସଫଳତା ମିଳିଛି । ମାତ୍ର ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ସଂକ୍ରମଣ ବଢ଼ୁଛି । ଏହି ଜିଲ୍ଲାଗୁଡ଼ିକରେ ପଜିଟିଭ୍ ରୋକିବାକୁ ଅଞ୍ଚଳଭିତ୍ତିକ ସ୍ୱତନ୍ତ୍ର ରଣକୌଶଳ ଗ୍ରହଣ କର । ଆଜି ଏମିତି ନିଦେ୍ର୍ଧଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ।
ପ୍ଲାଜମା ଥେରାପିର ସଫଳତାକୁ ଦୃଷ୍ଟିରେ ରଖି କୋରାପୁଟ ମେଡିକାଲ କଲେଜରେ ଆସନ୍ତା ସପ୍ତାହକ ମଧ୍ୟରେ ଏକ ପ୍ଲାଜମା ବ୍ୟାଙ୍କ ଖୋଲିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଆଜି ଏକ ସମୀକ୍ଷା ବୈଠକ ନେଇଥିଲେ । ବୈଠକରେ ଦ୍ରୁତ ସଂକ୍ରମିତ ୪ ଜିଲ୍ଲା (ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା) ରେ ସ୍ୱତନ୍ତ୍ର କୌଶଳ ଗ୍ରହଣ କରିବାକୁ ସେ ନିଦେ୍ର୍ଧଶ ଦେବା ସହ ଆସନ୍ତା ସପ୍ତାହକ ମଧ୍ୟରେ ପଜିଟିଭ୍ ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନେବାକୁ କହିଥିଲେ ।
ରାଜ୍ୟରେ କରୋନା ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ କୋଭିଡ ଯୋଦ୍ଧା ତାଲିମ ପାଇଛନ୍ତି । ଏଥିରେ ପଞ୍ଚାୟତିରାଜ ପ୍ରତିନିିଧି, ସ୍ୱୟଂ ସହାୟକ ଗୋÂୀ, କୋଭିଡ କମିଟି ସଦସ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । ଏହା ରାଜ୍ୟ ପାଇଁ ବଡ଼ ସଫଳତା । ଏହାଦ୍ୱାରା କରୋନା ଯୁଦ୍ଧରେ ଆମେ ପାଦେ ଆଗରେ ରହିଛେ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ଏ ରୋଗୀମାନେ ନିଜ ଘରେ ଆଇସୋଲେସନରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ସହ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟିଗୁଡ଼ିକର ସହାୟତା ନେବାକୁ ସେ କହିଛନ୍ତି । ଏଥିପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।
ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୦୬୯ ନମୁନା ପରୀକ୍ଷା କରି ଓଡ଼ିଶା ଜାତୀୟସ୍ତରରେ ଦୈନିକ ସର୍ବାଧିକ ପରୀକ୍ଷା କରୁଥିବା ରାଜ୍ୟ ଭାବେ ପରିଗଣିତ ହୋଇଛି । ଏହାସହ ସପ୍ତାହକରେ ନମୁନା ପରୀକ୍ଷା ୫୦ ହଜାରକୁ ବୃଦ୍ଧି ପାଇଛି । ଏଥିରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ଟିମଙ୍କ ସହ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଧାରା ବଜାୟ ରଖିବା ସହ ଟେଷ୍ଟ କିଟ୍ ଯୋଗାଣକୁ ଭଲ ଭାବରେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ ।
ପ୍ଲାଜମାଦାତାମାନଙ୍କର ମହାନ କାର୍ଯ୍ୟକୁ ସ୍ୱୀକୃତି ଦେଇ ସେମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । କୋଭିଡ ହସପିଟାଲରେ କାମ କରୁଥିବା କୋଭିଡ ଯୋଦ୍ଧା ଓ ରୋଗୀମାନଙ୍କ ସହ ସିଧାସଳଖ ଫୋନରେ କଥା ହୋଇ ସେମାନଙ୍କଠାରୁ ଫିଡବ୍ୟାକ୍ ନେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଲେ, ଆମ ପାଇଁ ପ୍ରତିଟି ଜୀବନ ହେଉଛି ମୂଲ୍ୟବାନ । ରାଜ୍ୟରେ କରୋନ ମୃତୁ୍ୟହାର କମ ରହିଛି । ଏହାକୁ ଆହୁରି କମ୍ କରିବାକୁ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ । ବିଭିନ୍ନ କର୍ପୋରେଟ୍ ସଂସ୍ଥା ଦ୍ୱାରା ସ୍ଥାପନ କରାଯାଉଥିବା କୋଭିଡ୍ କେୟାର ସେଣ୍ଟର ଆହୁରି ଅଧିକ ସଂଖ୍ୟାରେ କରିବାକୁ ସେ ପରାମର୍ଶ ଦେଇଥିଲେ ।
ରାଜ୍ୟରେ ପ୍ଲାଜମା ଚିକିତ୍ସା ସଂଜିବନୀ ଭଳି କାମ କରୁଛି । ତେଣୁ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିÂା ପରେ କୋରାପୁଟରେ ମଧ୍ୟ ସପ୍ତାହକ ମଧ୍ୟରେ ଗୋଟିଏ ବ୍ୟାଙ୍କ ଖୋଲିବ । ବୈଠକରେ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, ସାରର ସ୍ଥିତି ଏବଂ ଏମଏସଏମଇ ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।
ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ରାଜ୍ୟରେ କୋଭିଡ୍ ମୃତୁ୍ୟହାର ହ୍ରାସ କରିବାକୁ ଭେଷଜ ଶିକ୍ଷା ଓ ତାଲିମ ନିଦେ୍ର୍ଧଶାଳୟ ଦ୍ୱାରା ୭ଟି ମେଡିକାଲ କଲେଜ ପ୍ରଫେସରଙ୍କୁ ନେଇ ଟେକନିକାଲ ଟିମ୍ ଗଠନ କରାଯାଇଛି । ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କରୋନା ଚିକିତ୍ସାକୁ ଫଳପ୍ରଦ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଲେ, ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକର କୋଭିଡ୍ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ୱରରେ ଏକ ପ୍ଲାଜମା ଷ୍ଟୋରେଜ ୟୁନିଟ୍ ଖୋଲିଛି । ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ସାମିଲ୍ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଆଲୋଚନାକୁ ସଂଯୋଜନା କରିଥିଲେ ।
Comments are closed, but trackbacks and pingbacks are open.