ନବୀନଙ୍କ ଦୁର୍ନୀତି ବିରୋଧୀ ଛାଟ : ପୁଣି ୧୬ ଅଫିସର ବରଖାସ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ପଞ୍ଚମ ପାଳିରେ ଆରମ୍ଭ କରିଛନ୍ତି ଦୁର୍ନୀତି ବିରୋଧୀ ଅଭିଯାନ । ପୂରା ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ନବୀନ । ଗୋଟିକ ପରେ ଗୋଟିଏ ଦୁର୍ନୀତିଖୋର ଅଫିସରଙ୍କ ମୁଣ୍ଡ ଗଡ଼ୁଛି । ଏହି କ୍ରମରେ ଆଜି ୧୬ ଜଣ ଅଫିସରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ଏମାନଙ୍କ ଭିତରେ ୫ ଜଣ ପ୍ରଧାନ ଶିକ୍ଷକ, ୪ ଜଣ ଇଞ୍ଜିନିୟର, ୨ ଜଣ ରେଭେନୁ୍ୟ ଇନ୍ସପେକ୍ଟର, ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ୨ ଜଣ କିରାଣୀ ଅଛନ୍ତି । ଏସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ନବୀନ ସେମାନଙ୍କୁ ତଡ଼ିଛନ୍ତି ।
ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ଭୁବନେଶ୍ୱର ଆର୍ଆଣ୍ଡବି ଡିଭିଜନ୍-୧ର ଉପ ନିର୍ବାହୀ ଯନ୍ତ୍ରୀ ଜିବେଶ ଚନ୍ଦ୍ର ରଥ, ଦଶପଲ୍ଲା ରୁରାଲ୍ ୱାର୍କସର ଆସିଷ୍ଟାଣ୍ଟ ଇଞ୍ଜନିିୟର ତିରୁପତି ଭେଙ୍କେଟେଶ୍ୱର ପାଣି, କାମାକ୍ଷାନଗର ବ୍ଲକର ଜୁନିଅର ଇଞ୍ଜିନିୟର ବସନ୍ତ ପାତ୍ର, ଯାଜପୁର କ୍ଷୁଦ୍ର ଜଳସେଚନ ଡିଭିଜନର କନିÂ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସିଂହ, ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବଳରାମପୁରର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ବିଶ୍ୱାଳ, ମାଥିଲି ବ୍ଲକ ସାରଙ୍ଗପାଲି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କପିଳ ଚନ୍ଦ୍ର ନାୟକ, ନବରଙ୍ଗପୁର ପାପଡ଼ାହାଣ୍ଡିର ପିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ ପାତ୍ର, ଟୋମ୍ ସ୍କୁଲ ପାପଡାହାଣ୍ଡିର ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ହରିଜନ, କନ୍ଧମାଳର କୋଟଗଡ଼ ବ୍ଲକ ଏସ୍ଇସି ନୂଆ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁଚରଣ ଡିଗଲ, କୋଦଳା ତହସିଲ ଅଫିସର ରେଭିନୁ୍ୟ ଇନ୍ସପେକ୍ଟର ମଙ୍ଗୁଳୁ ନାଏକ, ଶାଳପଡ଼ା ସ୍ୱତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟର ରେଭେନୁ୍ୟ ଇନ୍ସପେକ୍ଟର ନରହରି ଓଝା, କେନ୍ଦୁଝର ବାସୁଦେବପୁରର ପିଡି (ଆର୍ ଆଣ୍ଡ୍ ଆର୍) ଅମିନ ଶରତ ଚନ୍ଦ୍ର ସେଠୀ, ବୌଦ୍ଧ ପୁରୁଣା କଟକ ସିଏଚ୍ସିର ପୂର୍ବତନ ଫର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡା, ଇଚ୍ଛାପୁର ହାଇସ୍କୁଲର କନିÂ କିରାଣୀ ନକୁଳ କୁମାର ଖମାରୀ, ବୌଦ୍ଧ ହରଭଙ୍ଗାର ବିଇଓଙ୍କ କାର୍ଯ୍ୟାଳୟର ବରିÂ କିରାଣୀ ବୀରେନ୍ଦ୍ର କୁମାର ପଣ୍ଡା ଓ କୋରାପୁଟ ନନ୍ଦପୁର ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ଚନ୍ଦ୍ର ନାୟକ ।
ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ୩୭ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ କରିବା ସହ ୭ ଜଣଙ୍କ ପେନସନ୍ ସରକାର ବନ୍ଦ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons