ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଇଶ ବର୍ଷର ଲମ୍ବା ଯାତ୍ରା । ଅବିଶ୍ୱସନୀୟ ସଫଳତା । ଲଗାତର ୫ମ ପାଳିରେ ରାଜ୍ୟ ଶାସନର ଡୋରି । ଓଡ଼ିଶାର ସୀମା ସରହଦ ଡେଇଁ ଜାତୀୟ ରାଜନୀତିରେ ଦଳର ବେଶ୍ ଦବଦବା । ବିଜେଡି ମୁଖିଆଙ୍କ ଭାବମୂର୍ତ୍ତିରେ କଳଙ୍କି ଲାଗିନି । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ଏବେ ବି ତୁଟିନି । ଆଗକୁ ପୌର ଭୋଟ୍ର ଆହ୍ୱାନ । ଏମିତି ସାଂପ୍ରତିକ ରାଜନୈତିକ ପାଣିପାଗରେ ବିଜେଡି ପାଳିବ ପ୍ରତିÂା ଦିବସ । ଦଳକୁ ଗୁରୁବାର ୨୨ ପୂରିବ, ୨୩ ଚାଲିବ । ନବୀନ ଦେବେ ବିକାଶର ମନ୍ତ୍ର ।୧୯୯୭ ଡିସେମ୍ବର ୨୬ ରୁ ୨୦୧୯ ଡିସେମ୍ବର । ଆସନ୍ତାକାଲି (ଗୁରୁବାର) ବିଜେଡି ପାଳିବ ପ୍ରତିÂା ଦିବସ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ଏଥର ପ୍ରତିÂା ଦିବସ ଜିଲ୍ଲାସ୍ତରରେ ମଧ୍ୟ ଦଳ ପାଳନ କରୁଛି । ସାରା ରାଜ୍ୟର ବିଜେଡି ନେତା ଓ କର୍ମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । କି ବାର୍ତ୍ତା ଦେବେ ନବୀନ? କି କର୍ଣ୍ଣମନ୍ତ୍ର ଫୁଙ୍କିବେ ମୁଖିଆ? ବିରୋଧୀ ଦଳ ସହ ରାଜ୍ୟ ରାଜନୈତିକ ମହଲ ମଧ୍ୟ ଅପେକ୍ଷା କରିଛି ନବୀନଙ୍କୁ ।
ଆଗକୁ ବିଜେଡି ପାଇଁ ଯେତିକି ଚାଲେଞ୍ଜ ଅଛି, ସେତିକି ସମ୍ଭାବନା ମଧ୍ୟ ଅଛି । ଆଗକୁ ହୋଇପାରେ ପୌର ନିର୍ବାଚନ । ବିଜେପିର କଳ, ବଳ ଓ କୌଶଳକୁ ପ୍ରତିହିତ କରିବାକୁ ନବୀନ ବଳ ଜୁଟାଉଛନ୍ତି । ତେବେ ଦଳର ଭିତିରି ମହଲର ଖବର ହେଲା, ଦଳ ପାଇଁ ଏବେ ଭୋଟ ରଣକୌଶଳ ଅପେକ୍ଷା ରାଜ୍ୟର ବିକାଶ ହିଁ ସର୍ବାଧିକ ଫୋକସରେ ରହିଛି । ବିଜେଡି ସୁପ୍ରିମୋ ସମସ୍ତ ବିଧାୟକ, ମନ୍ତ୍ରୀ ଓ ସାଂସଦମାନଙ୍କୁ ‘ ୫ ଟି’ର ଆକ୍ସନପ୍ଲାନରେ କାମ କରିବାକୁ ଟାର୍ଗେଟ୍ ଦେଇଛନ୍ତି । ଲୋକ କ୍ରମାଗତ ଭାବେ ଯେଉଁ ଆଶା ଓ ଭରସାରେ ଭୋଟ ଦେଇ ବିଜେଡିକୁ ବିଜୟ ମୁକୁଟ ପିନ୍ଧାଉଛନ୍ତି ତାହା ଯେପରି ମଉଳି ନ ଯାଏ ସେଥିପ୍ରତି ଧ୍ୟାନ ଦେବାକୁ କହୁଛନ୍ତି । ଭୋଟ ସରିଛି । ଏବେ ଦଳୀୟ କର୍ମକର୍ତ୍ତା ନିÂାର ସହ ନିଜ ଅଞ୍ଚଳ ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଭୋଟ ରାଜନୀତିକୁ ଛାଡ଼ି ଦଳ ଏବେ ବିକାଶକୁ ପ୍ରମୁଖ ପ୍ରସଙ୍ଗ ଭାବେ ଗ୍ରହଣ କରିଛି । ନବୀନ ଆସନ୍ତାକାଲି ବିଜେଡି ପ୍ରତିÂା ଦିବସ ମଞ୍ଚରୁ ଏ ବିକାଶ ମନ୍ତ୍ରକୁ ଫୁଙ୍କିବାର ସମ୍ଭାବନା ଅଛି ।
ବିଜେଡିର ସବୁଠାରୁ ବଡ଼ ବଳ ହେଉଛନ୍ତି ସୁପ୍ରିମୋ ‘ ନବୀନ’ । ନବୀନ ୫ମ ପାଳି ଆରମ୍ଭ କରିବା ପରେ ପୂର୍ବର ‘୩-ଟି’ ଫର୍ମୁଲାକୁ ଛାଡ଼ି ‘ ୫-ଟି’ ଫର୍ମୁଲା ଆପଣାଇଛନ୍ତି । ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ‘୫ -ଟି’ ଦଳଗତ କାର୍ଯ୍ୟ, ସ୍ୱଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍ ୱାର୍କ, ଟ୍ରାନସ୍ପରେନ୍ସି, ଟେକ୍ନୋଲୋଜି, ଟ୍ରାନସଫରମେସନ, ଟାଇମ୍) ଅନୁସାରେ କାମ କରିବାକୁ ନବୀନ ଫୋକସ୍ କରୁଛନ୍ତି । ଶାସନ ବ୍ୟବସ୍ଥାରେ ସଂସ୍କାର ଆଣି ଏକ ସମୃଦ୍ଧ ରାଜ୍ୟ ଗଢ଼ିବାକୁ ନିÂାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ବିଧାୟକମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଅହଂକାର ଛାଡ଼, ନମ୍ର ହୁଅ । ଦଳୀୟ ବାଛ ବିଚାରରୁ ଉଧ୍ୱର୍କୁ ଯାଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ବିଧାୟକ ଓ ସାଂସଦମାନେ ପ୍ରସ୍ତୁତ ହୋଇ ବିଧାନସଭା ଓ ସଂସଦ ଯାଆନ୍ତୁ । ଏମ୍ପି ମାନେ ପ୍ରଭାବି ଢଙ୍ଗରେ ରାଜ୍ୟର ସ୍ୱରକୁ ଶାଣିତ କରନ୍ତୁ । ସଭାପତିଙ୍କ ଏ ନିଦେ୍ର୍ଧଶକୁ ସାଂସଦମାନେ ପାଳନ କରୁଛନ୍ତି । ଲୋକସଭା ଓ ରାଜ୍ୟସଭାରେ ବିଜେଡି ଏମପିମାନେ ବେଶ୍ ଦମ୍ଭର ସହ ରାଜ୍ୟ ପ୍ରସଙ୍ଗକୁ ଉଠାଉଛନ୍ତି, ଯାହାର ଫାଇଦା ଓଡ଼ିଶା ପାଉଛି । ତେଣୁ ନବୀନ ପ୍ରତିÂା ଦିବସରେ ‘ ରାଜ୍ୟ ବିକାଶ’ କୁ ଏଜେଣ୍ଡା ଭାବେ ରଖି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
୫ମ ପାଳିରେ ବିଜେଡି କ୍ଷମତାକୁ ଫେରିବା ପରେ ଗୁରୁବାର ପାଳନ କରିବ ପ୍ରଥମ ପ୍ରତିÂା ଦିବସ । ଚଳିତ ବର୍ଷ ପ୍ରତି ନିର୍ବାଚନମଣ୍ଡଳୱାରୀ ଦଳ ଏ ପ୍ରତିÂା ଦିବସ ପାଳନ କରିବ । ନିର୍ବାଚନମଣ୍ଡଳୀର କର୍ମକର୍ତ୍ତା, ଛାମୁଆ ସଂଗଠନର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏହା ପାଳନ କରାଯିବ । ଦଳର ‘ ଜୀବନ ବିନ୍ଦୁ’ ଏବଂ ‘ ଓଡ଼ିଶା- ମୋ ପରିବାର କାର୍ଯ୍ୟକ୍ରମ ଭଳି ସାମାଜିକ କାର୍ଯ୍ୟକ୍ରମ ସହ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିବାକୁ ପ୍ରତିÂା ଦିବସରେ ସଂକଳ୍ପ ନେବାକୁ ସଭାପତି ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ସାରିଛନ୍ତି ।
ଉଲ୍ଲେଖଯୋଗ୍ୟ, ନବୀନଙ୍କ ନେତୃତ୍ୱାଧୀନ ବିଜେଡି ପାଇଁ ୨୨ତମ ବର୍ଷରେ ପ୍ରଚଣ୍ଡ ଆହ୍ୱାନ ଥିଲା । ସାଧାରଣ ନିର୍ବାଚନରେ ବିଜେପି ଆଡୁ ବିପଦ ଅଛି ବୋଲି ରାଜନୈତିକ ମହଲ ଆକଳନ କରୁଥିଲା । ମାତ୍ର ସବୁ ଅଙ୍କ ଓ ଭବିଷ୍ୟବାଣୀକୁ ଭୁଲ ପ୍ରମାଣିତ କରି ନବୀନ ପୁଣି ବିଜେଡିକୁ କ୍ଷମତାର ଡୋରି ଧରାଇଛନ୍ତି । ରାଜ୍ୟ ରାଜନୀତି ସହ ଜାତୀୟ ରାଜନୀତିରେ ଦଳର ଦବଦବା ମଧ୍ୟ ଈର୍ଷଣୀୟ । ସରକାରକୁ ମାତ୍ର ୭ ମାସ ପୂରିଛି । ମାତ୍ର ଦଳ ଓ ସରକାର ଯେ ମିଶନ ବିକାଶ ପାଇଁ ‘ ଆକ୍ସନ ମୁଡ’ରେ ଅଛନ୍ତି ତାହା ଏବେ ସବୁଠି ଚର୍ଚ୍ଚା ।
Comments are closed, but trackbacks and pingbacks are open.