ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଣି ଥରେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏବିପି-ସିଭୋଟର ପକ୍ଷରୁ ହୋଇଥିବା ଜନମତ ସର୍ଭେରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ନବୀନ । କରୋନା ମୁକାବିଲା ସହ ସଙ୍କଟ କାଳରେ ଜୀବନ ଜୀବିକା ଏବଂ ଅର୍ଥନୀତିକୁ ଟ୍ରାକ୍କୁ ଆଣିବାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସାରା ଦେଶ ପସନ୍ଦ କରିଛି ।
ଏହି ସର୍ଭେର ଫଳାଫଳ ନବୀନଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରମାଣିତ କରିଛି । ଦେଶର ଶ୍ରେÂ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ପଛକୁ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତୃତୀୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି, ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଅଛନ୍ତି । ଷÂରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ୍, ସପ୍ତମରେ ପଶ୍ଚିମବଙ୍ଗର ମମତା ବାନାର୍ଜି, ଅଷ୍ଟମରେ ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହ୍ୱାନ, ନବମରେ ଗୋଆର ପ୍ରମୋଦ ସାୱନ୍ତ ଓ ଦଶମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଅଛନ୍ତି ।
ପୂର୍ବରୁ ଅନେକ ଜାତୀୟ ସ୍ତରୀୟ ସର୍ଭେରେ ନବୀନ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଏବଂ ଶ୍ରେÂ ପ୍ରଶାସକ ହୋଇଛନ୍ତି । ଏବିପି-ସିଭୋଟର ସର୍ଭେରେ କରୋନା ସଙ୍କଟ କାଳରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ଆଧାର କରାଯାଇଥିଲା । କରୋନା ସମୟରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ, ଅଭିନବ ନିଷ୍ପତ୍ତି ଏବଂ ନୀତିକୁ ପୁଣି ଥରେ ସୁଦୃଢ଼ କରିବାରେ ନବୀନ ନିଜକୁ ଶ୍ରେÂ ପ୍ରମାଣିତ କରିଛନ୍ତି । କରୋନା ଲଢେ଼ଇରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ମଡେଲ୍ ହୋଇଛି ।
ଏହି ସର୍ଭେରେ ସବୁଠୁ ଖରାପ ମୁଖ୍ୟମନ୍ତ୍ରୀ ପାଇଁ ଜନମତ ସଂଗ୍ରହ କରାଯାଇଥିଲା । ସବୁଠୁ ଖରାପ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ରହିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ । ତାଙ୍କ ପଛକୁ ଅଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ୱାମୀ ।
Comments are closed, but trackbacks and pingbacks are open.