ଭୁବନେଶ୍ୱର : ଆସନ୍ତା ନଭେମ୍ବର ମାସରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ ପର୍ୟ୍ୟାୟ ଟଙ୍କା। ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ୟ୍ୟାୟ ଅନୁଦାନ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବୈଠକରେ କୁହାଯାଇଥିଲା।
ଲୋକସେବା ଭବନରେ ବସିଥିବା ବୈଠକ ଶେଷରେ କୃଷି ସଚିବ ସୌରଭ ଗର୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବୈଠକରେ କୃଷି ସଚିବଙ୍କ ସମେତ ଅର୍ଥ ସଚିବ ଅଶୋକ ମୀନାଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଯୋଗ୍ୟ ହିତାଧିକାରୀ ମାନଙ୍କ ଠାରୁ ଟଙ୍କା ଫେରସ୍ତ ନେଇ ଉଦ୍ୟମ ଜାରି ରହିଛି ବୋଲି କୃଷି ସଚିବ ଏହି ଅବସରରେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.