ନଭେମ୍ବରରେ ୧୭,୭୨୨ କୋଟି ଏଫ୍ପିଆଇ ନିବେଶ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ମାନେ ନଭେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ଅଂଶଧନ ବଜାରରେ ୧୭,୭୨୨ କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି । ଘରୋଇ ଓ ଆନ୍ତର୍ଜାତିକ ବଜାରରେ ସକାରାତ୍ମକ ସ୍ଥିତି କାରଣରୁ ଏଭଳି ଉତ୍ସାହଜନକ ଏଫ୍ପିଆଇ ନିବେଶ ଦେଖିବାକୁ ମିଳିଛି ।
ଡିପୋଜିଟୋରି ତଥ୍ୟ ମୁତାବକ, ନଭେମ୍ବର ୧ରୁ ୨୨ ତାରିଖ ମଧ୍ୟରେ ବିଦେଶୀ ନିବେଶକମାନେ ଇକ୍ୱିଟିରେ ୧୭,୫୪୭.୫୫ କୋଟି ଟଙ୍କା ନିବେଶ କରିଥିବା ବେଳେ ଡେଟ୍ (ଋଣ)ରେ ୧୭୫.୨୭ କୋଟି ଟଙ୍କା ଖଟାଇଛନ୍ତି । ଫଳରେ ମୋଟ ଏଫ୍ପିଆଇ ପୁଞ୍ଜିନିବେଶ ୧୭,୭୨୨ କୋଟି ୮୨ ଲକ୍ଷ ଟଙ୍କାରେ ପହଞ୍ଚିଛି ।
ଏହା ପୂର୍ବ ୨ଟି ମାସରେ ମଧ୍ୟ ଭାରତୀୟ ବଜାରରେ ଏଫ୍ପିଆଇ ନିବେଶ ସକାରାତ୍ମକ ରହିଛି । ଅକ୍ଟୋବର ମାସରେ ସେମାନେ ଘରୋଇ ଅଂଶଧନ ବଜାରରେ ୧୬,୪୬୪.୬ କୋଟି ଟଙ୍କା ଓ ସେପ୍ଟେମ୍ବରରେ ୬,୫୫୭.୮ କୋଟି ଟଙ୍କା ପୁଞ୍ଜିନିବେଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons