ପୁରୀ,(ବି.ବି.ନୁ୍ୟଜ୍): ପୁରୀରେ ସମୁଦାୟ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗିରପ ଅଭିଯୁକ୍ତ ଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ଘଟଣା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିବା କୁମ୍ଭାରପଡ଼ା ଥାନା ଆଇଆଇସିଙ୍କ ସମେତ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି । ଉକ୍ତ ଗିରଫ ବ୍ୟକ୍ତିଙ୍କ ଘର ପୁରୀ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ହୋଇଥିବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ମାର୍କେଟ ଛକ ନିକଟରୁ ନରେନ୍ଦ୍ର ପୁଷ୍କରିଣୀ ଯିବା ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍ରେ ପରିଣତ କରାଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା କରିଥିବା ଡାକ୍ତର, ହାଜର କରାଯାଇଥିବା କୋର୍ଟ ଏବଂ ଜେଲ ପରିସରରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନମୁନା କରୋନା ପଜିଟିଭ ଆସିବା ପରେ ଥାନା ଆଇଆଇସିଙ୍କ ସହ ୩୦ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିଦେ୍ର୍ଧଶ ଦେଇଛନ୍ତି ପୁରୀ ଏସ୍ପି ଉମାଶଙ୍କର ଦାସ ।
Comments are closed, but trackbacks and pingbacks are open.