ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ମଙ୍ଗଳବାର ଭାରତୀୟ ସ୍ଥଳ ସେନାର ୨୮ତମ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେନେରାଲ ବିପିନ ରାୱତ ଏହି ପଦବୀରୁ ଅବସର ନେବା ପରେ ନରୱଣେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ନରୱଣେ ପୂର୍ବରୁ ଉପ-ସେନାମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ । ଗତ ୩ ବର୍ଷ ଧରି ସେନାମୁଖ୍ୟ ଭାବେ ସେବା ଯୋଗାଉଥିବା ଜେନେରାଲ ରାୱତ ବୁଧବାରଠାରୁ ଦେଶର ସର୍ବପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ୍) ଭାବେ ଦାୟିତ୍ୱ ତୁଲାଇବେ ।
ଦିଲ୍ଲୀ ସ୍ଥିତ ସେନା ଭବନରେ ବିଧିବଧ ଭାବେ ନରୱଣେ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପରମ୍ପରା ଅନୁଯାୟୀ, ପୂର୍ବତନ ସେନା ମୁଖ୍ୟ ବିପିନ ରାୱତ ତାଙ୍କୁ ଏହି ଦାୟିତ୍ୱ ସମର୍ପଣ କରାଇଥିଲେ । ସେନାମୁଖ୍ୟ ଅଧିÂିତ ହେବା ପରେ ନରୱଣେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ଏହି ଦାୟିତ୍ୱ ନେବା ନିଶ୍ଚିତ ରୂପେ ସମ୍ମାନର କଥା । ଦେଶରୁ ଆତଙ୍କବାଦ ମୂଳପôାଟନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟରହିବ । ନିଜ ପଦବୀ ସହ ଯୋଡ଼ି ହୋଇ ରହିଥିବା ଚାଲେଞ୍ଜ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଫୋକୋସରେ ଥିବା କେତେକ କ୍ଷେତ୍ର ବାବଦରେ ତକ୍ରାଳ ଭାବେ କିଛି କହି ହେବନାହିଁ । ଆଗାମୀ ସମୟ ସହ ଏନେଇ ନିଷ୍ପତ୍ତି ନିଆଯିବ । ପାକିସ୍ତାନର ନାଁ ନ ନେଇ ପାକିସ୍ତାନ ଉପରେ ସେ ଖୁବ୍ ବର୍ଷିଥିଲେ । କହିଥିଲେ, ଆମ ପଡେ଼ାଶୀ ରାଷ୍ଟ୍ରର ଶାସନ ନୀତିରେ ହିଁ ଆତଙ୍କବାଦ ସାମିଲ ଅଛି । କିନ୍ତୁ ଏସବୁ ଆଉ ଚଳିବନି । ସେମାନଙ୍କ ମୁକାବିଲା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ।
ଉଲ୍ଲେଖଯୋଗ୍ୟ, ୫୯ ବର୍ଷୀୟ ନରୱଣେଙ୍କୁ ବରିÂତା ଏବଂ କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ସେନାମୁଖ୍ୟ ପଦବୀରେ ନିଯୁକ୍ତ କରାଯାଇଛି । ଗତ ୩୭ ବର୍ଷ ଧରି ସେ ଦେଶକୁ ସାମରିକ ସେବା ଯୋଗାଇ ଆସିଛନ୍ତି । ଇତିମଧ୍ୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ଅଧିÂିତ ହୋଇଛନ୍ତି । ଆତଙ୍କବାଦୀ ପ୍ରବଣ ଜମ୍ମୁ-କାଶ୍ମୀର ଏବଂ ଉତ୍ତର-ପୂର୍ବ ଭାରତରେ ହୋଇଥିବା ବିଭିନ୍ନ ଗୁରୁତ୍ୱପର୍ଣ୍ଣ ଅପରେସନ୍ର ସେ ନେତୃତ୍ୱ ନେଇଥିଲେ । ଭାରତ-ଚୀନ୍ ୪୦୦୦ କିମି ଲମ୍ବା ସୀମା ସଂଲଗ୍ନ ଅଞ୍ଚଳରେ ମଧ୍ୟ ଅନେକ ବର୍ଷ ଧରି ସେ ସେବା ଯୋଗାଇଥିଲେ । ସେନା ମେଡାଲ, ବରିÂ ସେବା ମେଡାଲ, ପରମ ବରିÂ ସେବା ମେଡାଲ ଭଳି ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି । ୨୦୧୯ ସେପ୍ଟେମ୍ବର ୧ ତାରିଖରେ ଉପ-ସେନାମୁଖ୍ୟ ନିଯୁକ୍ତ ହେବା ପୂର୍ବରୁ ନରୱଣେ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ ମୁଖ୍ୟ ଭାବେ ସେବା ଯୋଗାଉଥିଲେ ।
Comments are closed, but trackbacks and pingbacks are open.