ନଳକୂଅ ଖୋଳା ବେଳେ ବାହାରୁଛି ଗ୍ୟାସ୍

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବାହାର ସୁବୋଳା ଗାଁରେ ଏବେ ଆତଙ୍କ ଖେଳିଯାଇଛି । ନଳକୂଅ ଖନନ ସ୍ଥାନରେ ବାହାରୁଛି ଗ୍ୟାସ୍ । ଦିଆସିଲି ମାରିଲେ, ଅଗ୍ନି ସଂସ୍ପର୍ଶରେ ଆସିଲେ, ଉକ୍ତ ଗ୍ୟାସ୍ ହୁତ୍ହୁତ୍ ହୋଇ ଜଳୁଛି । ଏହି ଘଟଣା ନଜରକୁ ଆସିବା ପରେ ଗ୍ରାମରେ ଆତଙ୍କ ଖେଳିଯିବା ସହ ପ୍ରାୟ ୨୦୦ ମିଟର ପରିଧି ଜନବସତିରେ ଲାଗୁ ହୋଇଛି କଟକଣା । ଏଥିସହିତ ସମ୍ଭାବ୍ୟ ବିପତ୍ତି ଆଶଙ୍କା କରି ତକ୍ରାଳ ବିଦୁ୍ୟତ୍ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯାଇଛି । ନିଅାଁ ବ୍ୟବହାର ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଘଟଣାସ୍ଥଳରେ ମହାକାଳପଡ଼ା ଅଗ୍ନିଶମ ବାହିନୀର ଏକ ଟିମ୍ ପହଞ୍ଚô ନଳକୂଅ ଖୋଳା ଯାଇଥିବା ସ୍ଥାନକୁ ଘେରାବନ୍ଦୀ କରି ରଖିଛନ୍ତି ।
ପ୍ରାପ୍ତ ସୂଚନାରୁ ପ୍ରକାଶ, ବାରଡାଙ୍ଗ ପଞ୍ଚାୟତ ବାହୋର ସୁବୋଳା ଗାଁର ନାରାୟଣ ମହାପାତ୍ରଙ୍କ ବ୍ୟକ୍ତିଗତ ବ୍ୟବହାର ଲାଗି ଏକ ନଳକୂଅ ଖୋଳାଯାଉଥିଲା । ପ୍ରାୟ ୧୦୦ ଫୁଟ ଗଭୀରତା ଯାଏ ଯିବା ପରେ ବିଷାକ୍ତ ଗ୍ୟାସ ପଦାକୁ ଆସିଥିଲା । ନଳକୂଅ ଖୋଳୁଥିବା ଲୋକେ ଏ ବିଷୟରେ ଘର ମାଲିକଙ୍କୁ ଜଣାଇଥିଲେ । ପରେ ଏହି ଗ୍ୟାସ୍ରେ ଅଗ୍ନି ସଂଯୋଗ କରିବାରୁ ନିଆଁ ଜଳିଥିଲା । ଏହି ଘଟଣା ପରେ ନଳକୂଅ ଖୋଳା ବନ୍ଦ ରଖାଯାଇଥିଲା । ମହାକାଳପଡ଼ାର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ମହାକାଳପଡ଼ା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗ୍ରାମରେ ପହଞ୍ଚô ସଙ୍ଗେ ସଙ୍ଗେ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲା । ଯେହେତୁ ଏଇ ଗ୍ରାମର କିଛି ଦୂର ଦେଇ ଭାରତୀୟ ତୈଳ ନିଗମର ପାଇପ୍ ଲାଇନ୍ ଯାଇଛି । କାଳେ କ’ଣ ଘଟିଥିବ, ସେଥିପାଇଁ ତୈଳ ନିଗମର ଅଧିକାରୀଙ୍କ ଖବର ଦିଆଯାଇଥିବା ଜଣାପଡ଼ିଛି । ଏଥିସହ ୨୦୦ ମିଟର ପରିଧି ମଧ୍ୟରେ ଥିବା ଜନବସତିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସୁବୋଳା ଗ୍ରାମରେ ଗ୍ୟାସ ବାହାରୁଥିବା ଖବର ପ୍ରସାରିତ ହେବା ପରେ ନିକଟସ୍ଥ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ସୁବୋଳା ଗ୍ରାମରେ ପହଞ୍ଚôଥିଲେ । ମାଟି ତଳୁ ଏହି ଗ୍ୟାସ ବାହାରକୁ ଆସିବା, ପୁଣି ଅଗ୍ନି ସଂଯୋଗ ପରେ ଜଳିବା ଘଟଣା ପଦାକୁ ଆସିବା ପରେ ମହାନଦୀ ଅବବାହିକା ଅଞ୍ଚଳରେ ପୁଣି ଥରେ ଗ୍ୟାସ୍ ପ୍ରଚୁର ପରିମାଣରେ ମହଜୁଦ ଥିବା ସନେ୍ଦହ ପ୍ରକାଶ ପାଉଛି । ସମୁଦ୍ର ତଟଦେଶରୁ ମାତ୍ର ୨/୩ କିଲୋମିଟର ଦୂରତାରେ ଏ ଅଞ୍ଚଳ ଥିବାରୁ ଏଠାରେ ଗ୍ୟାସ୍ ଥିବା ଅନୁମାନ କରାଯାଉଛି । ପୂର୍ବରୁ ଭାରତୀୟ ତୈଳ ନିଗମ ତରଫରୁ ଏହି ଅଞ୍ଚଳରେ ଗ୍ୟାସ ଥିବା ନେଇ ସନେ୍ଦହ କରାଯାଇ ଅନୁଧ୍ୟାନ କରାଯାଇଥିଲା । ମାତ୍ର ସର୍ଭେ ଫଳାଫଳ କ’ଣ ହେଲା ତା’ ନିଗମ କର୍ତ୍ତୃପକ୍ଷ ଗୋପନ ରଖିଥିଲେ । ଆଉ ଏକ ଚର୍ଚ୍ଚା ଜୋର୍ ହେଉଛି ଯେ, ପ୍ରାୟ ୫୦୦ରୁ ୧୦୦୦ ବର୍ଷ ପୂର୍ବରୁ ଉକ୍ତ ଅଞ୍ଚଳଗୁଡ଼ିକ ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ଓ ସମୁଦ୍ର ତଟଦେଶ ଥିଲା । କାଳକ୍ରମେ ଏଗୁଡ଼ିକ ପୋତିହୋଇ ସମୟାନୁକ୍ରମେ ଜନବସତି ଗଢ଼ି ଉଠିଥିଲା । ଏଣୁ ଅଞ୍ଚଳର ଭୂଖଣ୍ଡକୁ ଅନୁଧ୍ୟାନ କରିବାକୁ ମତ ପ୍ରକାଶ ପାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons