
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ନାଇଟ୍ କର୍ଫୁ୍ୟ ଜାରି କରିଛି । ରାତି ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖାଯାଇଛି । ସହରରେ ଏହାକୁ କଡାକଡି ପାଳନ କରାଯାଉଥିବା ବେଳେ ଗାଁ ଗହଳିରେ ଏହା ପ୍ରଭାବ ଶୂନ୍ୟ ଦେଖିବାକୁ ମିଳୁଛି । ଏହି ସୁଯୋଗରେ ବିଭିନ୍ନ ସ୍ଥାନରେ
ଜୁଆ ଓ ଖୁଡ୍ଖୁଡି ଖେଳର ପସରା ଆରମ୍ଭ ହୋଇଯାଇଛି । ଜଣେ କି ଦୁଇ ଜଣ ନୁହେଁ, ରାତିରେ ଜେନେରେଟର ଲଗାଇ ଶତାଧିକ ଲୋକ ଏଥିରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।
ଏକ ସୂଚନା ଅନୁସାରେ ରାଇଘର ବ୍ଲକ କୁନେ୍ଦଇ ଥାନା କୋସକଙ୍ଗା ଗାଁରେ ଜୁଆ ଆଡ୍ଡା ଜୋର୍ ଧରିଛି । ଗାଁରେ ମଣ୍ଡେଇ ଯାତ୍ରା ଚାଲିଥିବାରୁ ଲୋକଙ୍କୁ ମଧ୍ୟ ଏହା ସୁହାଉଛି । ଗାଁର ଅନେକ ସ୍ଥାନରେ ଜୁଆ, ଖୁଡଖୁଡି ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ, କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି । ରାଜନୈତିକ ସଭାସମିତି, ସରକାରୀ ଓ ବେସରାକରୀ ସେମିନାର ଉପରେ କଟକଣା ଲାଗୁ କରାଯାଇଛି । ଧାର୍ମିକ ଅନୁÂାନରେ ପ୍ରବେଶକୁ ମଧ୍ୟ ନିୟନ୍ତ୍ରଣରେ ରଖାଯାଇଛି । ଦୁର୍ଗମ ଗାଁଗୁଡିକରେ କରୋନା କଟକଣାକୁ ପ୍ରଶାସନ ଅଣଦେଖା କରୁଥିବା ଅନେକ ବୁଦ୍ଧିଜୀବୀ କହିଛନ୍ତି । ରାଇଘର ବ୍ଲକକୁ ଛତିଶଗଡ ଲାଗି ରହିଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।


Comments are closed, but trackbacks and pingbacks are open.