ନାଗରିକତା ସଂଶୋଧନ ବିଲ୍କୁ କଂଗ୍ରେସର ବିରୋଧ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଧେୟକକୁ କଂଗ୍ରେସପକ୍ଷରୁ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ରାଜଧାନୀରେ ମଧ୍ୟ ବିରୋଧର ସ୍ୱର ଦେଖିବାକୁ ମିଳିଛି । ଦଳପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକପ୍ରତିବାଦ ସଭା ଅନୁÂିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ନେତାମାନେ କେନ୍ଦ୍ର ବିଜେପି ସରକାରକୁ ତୀବ୍ର ସମାଲୋଚନା କରି କହିଲେ ଯେ ଏହି ବିଧେୟକ ଆଇନରେପରିଣତ ହେଲେ ଦେଶପ୍ରତି ବିପଦ ସୃଷ୍ଟି କରିବ । ଭାରତ ଏକ ସାର୍ବଭୌମ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବା ବେଳେ ଏହି ବିଧେୟକ ଗଣତନ୍ତ୍ରରପରିପନ୍ଥୀ ବୋଲି ନେତାମାନେ କହିଛନ୍ତି ।
ବୈଠକରେ ବରିÂ କଂଗ୍ରେସ ନେତା ଶରତପଟ୍ଟନାୟକ, ଅନନ୍ତପ୍ରସାଦ ସେଠୀ, ଗୁରୁପଦ ନନ୍ଦ, ଶରତ ରାଉତ, ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା, ସୁରେଶ କୁମାର ରାଉତରାୟ,ପଞ୍ଚାନନ କାନୁନ୍ଗୋ, ସସ୍ମିତା ବେହେରା, ଉମାବଲ୍ଲଭ ରଥ, ମନୋରଞ୍ଜନ ଦାଶ, ଅମିୟ କୁମାରପଟ୍ଟନାୟକ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ସୁଦର୍ଶନ ଦାସ, ନକୁଳ ନାୟକ,ପଦ୍ମାକର ଗୁରୁ, ରଶ୍ମି ମହାପାତ୍ର, ଶୁଭଶ୍ରୀପଣ୍ଡା, ସ୍ୱାଧିନବାଳା ଦାସ, କନକଲତା ମଲ୍ଲିକ, ବିଶ୍ୱଭୂଷଣ ଦାସ, ମାନସ ଆଚାର୍ଯର୍୍ୟ, ସଂକୁନା କହଁର, ଶୈଳେନ୍ଦୁ ମଜୁମଦାରପ୍ରମୁଖ ଶତାଧିକ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇ ବିଜେପି ଓ ବିଜେଡିର ଅନୈତିକ ସମ୍ପର୍କକୁ ତୀବ୍ର ସମାଲୋଚନା କରିବା ସହ ବିଜେଡିର ଧର୍ମନିରପେକ୍ଷ ଛଦ୍ମବେଶପଦାରେପଡ଼ିଯାଇଛି ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons