ନାଗରିକ-ସରକାର ମଧ୍ୟରେ ସେତୁ ହେଉଛି ମୋ ସରକାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି । ଏଥିପାଇଁ ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ମୋ ସରକାର ରାଜ୍ୟର ସାଧାରଣ ନାଗରିକ ଓ ସରକାର ମଧ୍ୟରେ ବିଶ୍ୱାସର ସେତୁବନ୍ଧ ଭଳି କାମ କରୁଛି । ସରକାରୀ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଓ ଭରସା ବଢ଼ୁଛି । ଏହାଦ୍ୱାରା ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ ରହୁଛନ୍ତି । ରାଜ୍ୟର ଜଣେ ଶ୍ରମିକ ଯେ କୌଣସି ସରକାରୀ ଅଫିସକୁ ଆସି ସେବା ପାଇବା ସହ ଖୁସିର ସହ ଫେରିବା ନେଇ ସେ ଏବେ ନିଶ୍ଚିତ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ମୋ ସରକାରରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ସାମିଲ୍ ହୋଇଥିବାରୁ ସେ ଖୁସି । ଏହା ଆମ ରାଜ୍ୟର ଶ୍ରମିକଙ୍କୁ ଏଣିକି ସଶକ୍ତ କରିବ । ଶ୍ରମିକମାନେ ହେଉଛନ୍ତି ଆମ ବିକାଶ ପଛର ପ୍ରକୃତ ମଣିଷ । ସେମାନେ ଜୀବନ ସହ ସଂଘର୍ଷ କରୁଥିଲା ବେଳେ ତାଙ୍କୁ ସମାଜରୁ ସହଯୋଗ ମିଳିବା ଜରୁରି । ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାକୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ହାତକୁ ନିଆଯାଇଛି । ଶ୍ରମିକଙ୍କ ଶିକ୍ଷା, ବିବାହ ଓ ସୁରକ୍ଷିତ ମାତୃତ୍ୱ ଦିଗରେ ଏ ଯୋଜନା କାମ କରୁଛି ।
ମୋ ସରକାରକୁ ଶ୍ରମ ବିଭାଗ ଆସିବା ପରେ ବିଭାଗ ଅଧିକ ଦକ୍ଷତା ଓ ପେସାଦାରୀ ଭାବେ କାର୍ଯ୍ୟ କରିବ । ଶ୍ରମିକମାନେ ଏଣିକି ସମ୍ମାନର ସହ ବଞ୍ଚିବେ । ଲୋକମାନେ ହେଉଛନ୍ତି ପ୍ରକୃତ ମାଲିକ । ଶ୍ରମ ବିଭାଗ ଶ୍ରମିକଙ୍କ ପାଇଁ ଶ୍ରମିକ ସୁଗମ କେନ୍ଦ୍ର ପ୍ରତିÂା କରିଛି । ଏଠାରେ ଶ୍ରମିକଙ୍କ ପାଇଁ ଶୌଚାଳୟ, ବସିବା ବ୍ୟବସ୍ଥା ସହ ପାନୀୟ ଜଳ ଆଦିର ସୁବିଧା କରାଯାଇଛି । ଏ ବ୍ୟବସ୍ଥା ନୂଆ ସଂସ୍କାର ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଲେ, ଏ ନୂଆ ବ୍ୟବସ୍ଥାରେ ଶ୍ରମିକମାନେ ବେଶ୍ ଲାଭବାନ ହେବେ । ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଲେ, ମୋ ସରକାରରେ ସାଧାରଣ ଲୋକମାନେ ସରକାରୀ ସୁବିଧା କେତେ ପାଉଛନ୍ତି ସେ ସଂପର୍କରେ ଆମେ ଅବଗତ ହୋଇପାରୁଛୁ । ସରକାରୀ କର୍ମଚାରୀଙ୍କୁ ଏହା ଉତ୍ତରଦାୟୀ କରାଇପାରିଛି ।
୫-ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମରେ ନୂଆପଡ଼ା, ବରଗଡ଼, ସମ୍ବଲପୁର, ଜଗତସିଂହପୁର, ଗଜପତି ଓ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ମୋ ସରକାର ସଂପର୍କରେ ଅଫିସରମାନେ ଭଲ ଭାବରେ ଅବଗତ ଥିବା ସ୍ପଷ୍ଟ କରିଥିଲେ । ସରକାରୀ ଅଧିକାରୀମାନେ ସାଧାରଣ ଜନତାଙ୍କୁ ଅଗ୍ରାଧିକାର ଭିତ୍ତିରେ ସେବା ପ୍ରଦାନ କରିବାକୁ ପାଣ୍ଡିଆନ୍ ଜୋର ଦେଇଥିଲେ । ଫ୍ୟାକ୍ଟ୍ରିସ୍ ଓ ବଏଲର ବିଭାଗ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ନିଦେ୍ର୍ଧଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons