ନାଚଗୀତରେ ସାମିଲ ହୋଇ ହାବିଲଦାର ନିଲମ୍ବିତ

Get real time updates directly on you device, subscribe now.

କୋରାପୁଟ: ପୁଲିସ ହାବିଲଦାରଙ୍କୁ ମହଙ୍ଗା ପଭରଜ ମଉଜ । ଲୋକଙ୍କ ନାଚଗୀତ ବନ୍ଦ କରିବାକୁ ଯାଇ ନିଜେ ଏଥିରେ ସାମିଲ ହେବାରୁ ଏସ୍ପି ତାଙ୍କୁ ନିଲମ୍ବନ କଲେ । ଏହି ହାବିଲଦାର ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନାର ସତ୍ୟ ନାରାୟଣ ନାୟକ । ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । କୋରାପୁଟ ଏସ୍ପି ବରୁଣ ଗୁଣ୍ଟୁପାଲ୍ଲୀ ଶ୍ରୀ ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ସୂଚନା ଅନୁସାରେ, କୋଭିଡ କଟକଣା ବଳବତ୍ତର ଥିବାବେଳେ ଗତ ରଜ ସମୟରେ ମାଛକୁଣ୍ଡ ସାହିରେ ସ୍ଥାନୀୟ ଲୋକଙ୍କ ନାଚଗୀତ ଆସର ଚାଲିଥିଲା । ପୁଲିସ ନିଦେ୍ର୍ଧଶକ୍ରମେ ନାଚଗୀତ ବନ୍ଦ କରିବାକୁ ହାବିଲଦାର ଶ୍ରୀ ନାୟକ ସେଠାକୁ ଯାଇଥିଲେ । କିନ୍ତୁ ସେ ଲୋକଙ୍କ ନାଚଗୀତ ବନ୍ଦ କରିବା ବଦଳରେ ନିଜେ ଏଥିରେ ସାମିଲ ହୋଇଯାଇଥିଲେ । ରଜ ମଉଜର ବେଶ୍ ମଜା ଉଠାଇଥିଲେ । ସେଠାରେ ଲୋକଙ୍କ ସହ ମିଶି ସେ ନାଚଗୀତ କରିଥିଲେ । ଖାଲି ଏତିକି ନୁହେଁ ଶ୍ରୀ ନାୟକ ମଦ୍ୟପାନ କରି ଥାନାର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଖାଇଥିଲେ । ଏହାକୁ ନେଇ ଥାନା ପକ୍ଷରୁ ଏସ୍ପିଙ୍କୁ ଅବଗତ କରାଯାଇଥିଲା । ହାବିଲଦାର ଶ୍ରୀ ନାୟକଙ୍କ ବିରୋଧରେ ମିଳିଥିବା ରିପୋର୍ଟକୁ ଆଧାର କରି ଏସ୍ପି ତାଙ୍କୁ ନିଲମ୍ବିତ କରିଛନ୍ତି । କୌଣସି କର୍ମଚାରୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଏସ୍ପି ଶ୍ରୀ ଗୁଣ୍ଟୁପାଲ୍ଲୀ କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons