ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଗୋହିରା ଗାଁରେ ଅଭାବନୀୟ ଘଟଣା ଘଟିଛି । ଜେଜେ ମାଙ୍କୁ ବାଡ଼ି ଓ ପଥରରେ ଆକ୍ରମଣ କରି ଜୀବନରୁ ମାରି ଦେଇଛି ନିଜ ନାତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ବ କରିଛି ।
ଖବର ଅନୁଯାୟୀ, ନାତି ସିଦ୍ଧାର୍ଥ ଦୀର୍ଘ ୪ ବର୍ଷ ହେବ ମାନଷିକ ରୋଗରେ ପୀଡିତ ଥିଲେ । ସେଥିପାଇଁ ବହୁ ସମୟରେ ନିଜ ଜେଜେମାଙ୍କୁ ମାରପିଟ୍ କରୁଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଆଜି ସକାଳ ସମୟରେ ସିଦ୍ଧାର୍ଥ ପୁଣି ଥରେ ନିଜ ଜେଜେମାଙ୍କୁ ବାଡ଼ି ଓ ପଥରରେ ଆକ୍ରମଣ କରିଥିଲେ । ଯେଉଁଥିରେ କି ସେ ଗୁରୁତର ଭାବେ ଆହତ ହୋଇଥିଲେ । କିଛି ସମୟରେ ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଘଟଣାସମ୍ପର୍କରେ ଖବର ପାଇଁ ଘସିପୁର ଥାନା ପୋଲିସ ଗାଁରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Comments are closed, but trackbacks and pingbacks are open.