କେନ୍ଦୁଝର,(ବି.ବି.ନୁ୍ୟଜ୍): ସାଙ୍ଗର ଭାଇ ଠାରୁ ମୋବାଇଲ ନମ୍ବର ପାଇ ପ୍ରଥମେ ନାବାଳିକାକୁ ଫୋନ୍ରେ ଯୋଗାଯୋଗ ଏବଂ ପ୍ରେମ ନିବେଦନ । ପରେ ପରିବାର ଲୋକଙ୍କୁ ମାରିଦେବାର ଧମକ ଦେଇ ବିବାହ ନାବାଳିକାକୁ ଗାଁ ବଜାରରୁ ଉଠାଇନେଲା । ଏହା ପରେ ଆରମ୍ଭ ହୋଇଥିଲା ନିର୍ଯାତନା । ଏଭଳି ଦୁଃଖ ବଖାଣିଛି ଜଣେ ନାବାଳିକା । ନାବାଳିକାକୁ ଉଠାଇ ନେଇଥିବା ଯୁବକ ଏବେ ଫେରାର ହୋଇଯାଇଛି । କେନ୍ଦୁଝର, ଘଷିପୁରା ଥାନା ବେଲବାହାଳି ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ନାବାଳିକା ପକ୍ଷରୁ ଏ ସମ୍ବନ୍ଧରେ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ପରେ କମିଶନଙ୍କ ନିଦେ୍ର୍ଧଶ ମତେ ୱାନଷ୍ଟପ ସେଣ୍ଟର ସହାୟତାରେ ଘଷିପୁରା ଥାନାରେ ମାମଲା ରୁଜୁ ହୋଇଛି ।
ଘଷିପୁରା ଥାନା, ବେଲବାହାଳି ଅଞ୍ଚଳର ଜୈନିକା ୧୬ ବର୍ଷିୟା ନାବାଳିକା ୨୦୧୮ ରେ ନବମ ଶ୍ରେଣୀ ପଢୁଥିବା ସମୟରେ ସେହି ଅଞ୍ଚଳରେ ମାମୁଁ ଘରେ ରହି ଟାଟା ଷ୍ଟିଲରେ କାମ କରୁଥିବା ମାନସ ରଞ୍ଜନ ସାହୁ(୨୦) ନାମକ ଜଣେ ଯୁବକ ନାବାଳିକାଙ୍କୁ ଫୋନ କରିଥିଲା । ଭାଇର ସାଙ୍ଗ ଠାରୁ ମୋବାଇଲ ନମ୍ବର ପାଇ ଫୋନରେ କଥା ହେବା ସହ ପ୍ରେମ ନିବେଦନ କରିଥିବାରୁ ନାବାଳିକା ଜଣକ ଫୋନ କାଟି ଦେଇଥିଲେ । ତେବେ ମାନସ ନାବାଳିକାଙ୍କୁ ସବୁଦିନ ଫୋନ କରି ହଇରାଣ ହରକତ କରିବା ସହ ଏକଥା କାହା ଆଗରେ କହିଲେ ପରିଣାମ ଭଲ ହେବ ନାହିଁ ବୋଲି ଧମକ ଦେଇ ଆସୁଥିଲା । ନାବାଳିକା ଜଣକ ୨୦୧୯ ରେ ଦଶମ ପାସ୍ କରିବା ପରେ ପରିବାର ଲୋକଙ୍କୁ ମାରିଦେବା ଧମକ ଦେଇ ୨୦୧୯, ଜୁଲାଇ ୮ ରେ ଉଠାଇ ନେଇଥିଲା । ନାବାଳିକା ଜଣକ ବଜାରକୁ ଆସିଥିବା ସମୟରେ ଦିନ ଦ୍ୱିପ୍ରହରରେ ବସ୍ ଯୋଗେ ଭୁବନେଶ୍ୱର ନେଇ ଯାଇଥିଲା । ସେଠାରେ ଖଣ୍ଡଗିରି ଆଇଗିଣିଆ ଅଞ୍ଚଳରେ ତାର ସାଙ୍ଗ ରହୁଥିବା ଏକ ଭଡା ଘରେ ରଖିଥିଲା । ସେଠାରେ କିଛି ଦିନ ରଖିବା ପରେ ଖଣ୍ଡଗିରି ଅଞ୍ଚଳରେ ଆଉ ଏକ ଘର ଭଡା ନେଇ ନାବାଳିକାକୁ ରଖିବା ସହିତ କୌଣସି ଏକ ଘରୋଇ କମ୍ପାନିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା ମାନସ ।
ଇତି ମଧ୍ୟରେ ମାନସ ନାବାଳିକାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ସହିତ ଡୁ୍ୟଟି ଯିବା ସମୟରେ ଘର ଭିତରେ ତାଲା ପକାଇ ଦେଉଥିଲା । ଫଳରେ ଭୟଭୀତ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ବନ୍ଧରେ କିଛି ଖବର ଦେଇ ପାରିନଥିଲେ । ଏଣେ ନାବାଳିକା ଜଣକ ଘର ଛାଡି ଯିବା ପରେ ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରୁଥିବାବେଳେ ମାନସ ତାକୁ ନେଇଯାଇଥିବା ଜାଣିବାକୁ ପାଇଥିଲେ । ଏ ସମ୍ବନ୍ଧରେ ପଚାରିବାକୁ ନାବାଳିକାଙ୍କ ବାପା ମାନସ ଘରକୁ ଯାଇଥିବାବେଳେ ତାଙ୍କୁ ମାଡ ମାରି ଘରୁ ବାହାର କରିଦେଇଥିଲେ ମାନସର ପରିବାର ଲୋକେ ।
କିଛିଦିନ ପରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଝିଅକୁ ଛାଡି ମାନସ କେଉଁ ଆଡେ ଚାଲିଯାଇଥିବା ଜାଣିବାକୁ ପାଇଥିଲେ ବାପା । ଡିସେମ୍ବର ୧୨, ୨୦୧୯ ସନ୍ଧ୍ୟାରେ ଝିଅକୁ ଖୋଜି ଖୋଜି ଯାଇ ଖଣ୍ଡଗିରିି ଅଞ୍ଚଳରୁ ଉଦ୍ଧାର କରିଥିଲେ । ଝିଅ ଠାରୁ ସବୁ କଥା ଜାଣିବା ପରେ ମାନସ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିବାବେଳେ ଫୋନ ସୁଇଚ ଅଫ୍ ଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇ ପାରିନଥିଲା । ଏହାପରେ ଡିସେମ୍ବର ୧୭, ୨୦୧୯ରେ ନାବାଳିକାଙ୍କ ବାପା ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ୧୭ ଜାନୁଆରୀ ୨୦୨୦ରେ କେନ୍ଦୁଝର ଠାରେ ମହିଳା ଆୟୋଗଙ୍କ ଶିବିର ଅଦାଲତରେ ଉପସ୍ଥିତ ରହିବା ପାଇଁ ଆୟୋଗ ପକ୍ଷରୁ ମାନସଙ୍କୁ ନୋଟିସ୍ କରାଯାଇଥିବାବେଳେ ମାନସ ଏହି ଅଦାଲତକୁ ଆସି ନଥିଲେ । ଫଳରେ ମହିଳା ଆୟୋଗ ଅଧ୍ୟକ୍ଷା ମାମଲାର ଶୁଣାଣି କରି ନାବାଳିକାଙ୍କ ପରିବାରକୁ ୱାନଷ୍ଟପ ସେଣ୍ଟରର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଶୁକ୍ରବାର ନାବାଳିକା ଏବଂ ତାଙ୍କ ପରିବାର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସôାଳୟଠାରେ ରହିଥିବା ୱାନଷ୍ଟପ ସେଣ୍ଟରେ ପହଞ୍ଚି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜଣାଇବା ପରେ ୱାନଷ୍ଟପ ସେଣ୍ଟର ପରିଚାଳିକା ଐଶ୍ୱର୍ଯ୍ୟା ଦାସଙ୍କ ପକ୍ଷରୁ ନାବାଳିକାଙ୍କୁ ସହାୟତା ଯୋଗାଇ ଦିଆଯାଇଥିଲା । ୱାନଷ୍ଟପ ସେଣ୍ଟର ପକ୍ଷରୁ ଖବର ପାଇ ସନ୍ଧ୍ୟାରେ ଘଷିପୁରା ପୁଲିସ, ନାବାଳିକାଙ୍କ ବାପାଙ୍କ ଏତାଲା ଆଧାରରେ ଧାରା ୩୬୩/୩୬୬/୩୭୬(୩) ତଥା ୪ ପୋକ୍ସୋ ଆଇନ ସମ୍ବଳିତ ଏକ କେଶ ନମ୍ବର ୧୨/୨୦୧୦ ରୁଜୁ କରାଯାଇଛି । ଶନିବାର ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି ।
Comments are closed, but trackbacks and pingbacks are open.