ରାଉରକେଲା,(ବି.ବି.ନୁ୍ୟଜ୍): ଜଣେ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ କରିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ ମଧୁସୂଦନପାଲୀର ରମେଶ ଦାସଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ପୁଲିସ୍ ଥାନା କେସ ନଂ.୧୩୦ ଭାରତୀୟ ଦଣ୍ଡବିଧି ଆଇନ୍ର ଧାରା ୩୭୬(ଏ)(ବି)/୬ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ ଆଜି କୋର୍ଟ ଚାଲାଣ କରିଛି ।
ପୁଲିସ୍ ସୂଚନା ଅନୁସାରେ , ଅଭିଯୁକ୍ତ ରମେଶ ବିହାର ରାଜ୍ୟର ରତନପୁର ଗ୍ରାମର ବାସିନ୍ଦା । ସେଠାରେ ତାଙ୍କ ପରିବାର ରହୁଥିବା ବେଳେ ଆଜିକୁ ୧୦ ବର୍ଷ ହେଲା ସେ ରାଉରକେଲାର ମଧୁସୂଦନପାଲୀରେ ଏକ ଘର ଭଡ଼ା ନେଇ ରହୁଛନ୍ତି । ଏଠାରେ ସେ ଟାଇଲ୍ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ଗତକାଲି ପୀଡ଼ିତା ନାବାଳିକା ଜଣକ ନିଜ ଘର ପାଖରେ ଖେଳାଖେଳି କରୁଥିବା ବେଳେ ରମେଶଙ୍କ ଘରକୁ ଚାଲି ଯାଇଥିଲେ । ନାବାଳିକାଙ୍କ ସହ ଆଉ ଜଣେ ନାବାଳକ ମଧ୍ୟ ତାଙ୍କ ଘରକୁ ଯାଇଥିଲେ । ସେଠାରେ ରମେଶ ସମ୍ପୃକ୍ତ ନାବାଳକଙ୍କୁ ମାଂସ ତରକାରୀ ଦେଇ ବିଦାୟ କରି ଦେଇଥିଲେ । ନାବାଳକ ଜଣକ ସେଠାରୁ ଚାଲି ଯିବା ପରେ ରମେଶ ସମ୍ପୃକ୍ତ ନାବାଳିକାଙ୍କୁ ବଳାକ୍ରାର ଉଦ୍ୟମ କରିଥିଲେ । ମାତ୍ର ନାବାଳିକା ଜଣକ ତାଙ୍କ କବଳରୁ ଖସି ନିଜ ଘରକୁ ଯାଇଥିଲେ । ଘରେ ପହଞ୍ଚô ମାଆଙ୍କୁ ଘଟଣା ସମ୍ପର୍କରେ କହିବା ପରେ ପରିବାର ଲୋକେ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
Comments are closed, but trackbacks and pingbacks are open.