ନୀଳଗିରି,(ବି.ବି.ନୁ୍ୟଜ୍): ସନେ୍ଦହ ପୁଣି ଥରେ ଜଣେ ଯୁବତୀଙ୍କ ମତିଭ୍ରଷ୍ଟ କରିଛି । ପ୍ରେମିକକୁ ପ୍ରେମ କରୁଥିବା ସନେ୍ଦହରେ ଜନୈକା ନାବାଳିକାଙ୍କ ଗଳା କାଟି ଦେଇଛନ୍ତି ପ୍ରେମିକା । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନସ୍ଥ ମିତ୍ରପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।
ସୂଚନାରୁ ପ୍ରକାଶ, ନୀଳଗିରି ଥାନା ଅଧୀନ ମିତ୍ରପୁର ଚାଚାଜୀ ହାଇସ୍କୁଲ ପଛ ପଟେ ଥିବା ଏକ ଗାଡ଼ିଆକୁ ଉକ୍ତ ନାବାଳିକା ଗାଧୋଇବା ପାଇଁ ଯାଇଥିଲେ । ସେଠାରେ ସେହି ଅଞ୍ଚଳର ଗେନେ୍ଦଲା ବେହେରାଙ୍କ ଝିଅ ପହଞ୍ଚି ହଠାତ ନାବାଳିକାଙ୍କୁ ଗାଳିଗୁଲଜ କରିଥିଲା । ତୁ ମୋ ପ୍ରେମିକକୁ ଭଲ ପାଉଛୁ କହି ପିଟାମରା କରିଥିଲା । ଏପରିକି ଯୁବତୀ ଜଣଙ୍କ ଏକ ବ୍ଲେଡ୍ରେ ନାବାଳିକାଙ୍କ ତଣ୍ଟି, ଛାତି, ପେଟକୁ କାଟି ପକାଇଥିଲେ । ପ୍ରବଳ ରକ୍ତସ୍ରାବ ହେବା ସହ ନାବାଳିକା ଚିକ୍ରାର କରିବାରୁ ପଡେ଼ାଶୀମାନେ ଆସି ଉଦ୍ଧାର କରିଥିଲେ । ଗୁରୁତର ନାବାଳିକାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଏ ନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।


Comments are closed, but trackbacks and pingbacks are open.