ନାବାଳିକା ଝିଅକୁ ବାପାର ବଳାକ୍ରାର

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ବାପା-ଝିଅ ପବିତ୍ର ସଂପର୍କରେ କଳଙ୍କ । ସମାଜ ପାଇଁ ଏକ ବିରାଟ ଲଜ୍ଜା । ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିଛି ବାପା । ଏ ସଂପର୍କରେ ଟାଉନ ଥାନାରେ ଝିଅର ଏତଲା କ୍ରମେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ କରିଛି ଟାଉନ୍ ପୁଲିସ୍ ।
ଆଇଆଇସି ବାଲେଶ୍ୱର ଗିଦ୍ଧିଙ୍କ ସୂଚନା ଅନୁଯାୟୀ, ୧୩ ବର୍ଷୀୟା ନାବାଳିକା ଝିଅ ସହ ଗତ କିଛି ମାସ ହେବ ଶାରିରୀକ ସମ୍ପର୍କ ରଖିଆସୁଥିଲା ତା’ର ବାପା । ଗତ ଗଣେଶ ପୂଜାରେ ଅଭିଯୁକ୍ତ ମଦ ପିଇ ଘରକୁ ଫେରିଥିଲା । ଝିଅକୁ ଡରେଇ ଧମକେଇ ଦୁଷ୍କର୍ମ କରିଥିଲା । କାହାକୁ କହିଲେ ଜୀବନରେ ମାରିଦେଇ କେନାଲରେ ଫିଙ୍ଗିଦେବ ବୋଲି ଚେତାବନୀ ଦେଇଥିଲା । ଭୟରେ ନାବାଳିକା ଜଣକ କାହାକୁ କିଛି କହିନଥିଲା । ଏହାପରେ ବାପାର ସାହସ ବଢିଥିଲା । ବାରମ୍ବାର ତା’ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା । ଏ ସମ୍ପର୍କରେ ଝିଅଟି ତା’ ମାଆକୁ କହିବାରୁ ସେ ଏହାକୁ ବିଶ୍ୱାସ କରିନଥିଲେ । ଶେଷରେ ନିଜ ଭାଉଜଙ୍କୁ ଏକଥା କହିଥିଲା । ରାତିରେ ଏକୁଟିଆ ଘରେ ନଶୋଇ ତାଙ୍କ ପାଖରେ ଶୋଇବାକୁ କହିଥିଲେ ଭାଉଜ । ତଥାପି ଗତ ଜାନୁଆରୀ ପହିଲା ରାତିରେ ପୁଣିଥରେ ଝିଅ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା ଅଭିିଯୁକ୍ତ । ସେଦିନଠାରୁ କାମୁକ ବାପା ପାଖରୁ ନିଜକୁ ଲୁଚେଇ ବୁଲୁଛି ନାବାଳିକା । ପ୍ରତିଦିନ ମଦ ପିଇ ଘରେ ଆତଙ୍କ ସୃଷ୍ଟି କରୁଛି ଅଭିଯୁକ୍ତ । ନାବାଳିକାର ମାଆକୁ ମଧ୍ୟ ମାରି ମୁଣ୍ଡ ଫଟାଇ ଦେଇଛି । ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ନାବାଳିକା ପୁଲିସ୍କୁ ଅନୁରୋଧ କରିଥିଲା ।
ଏ ସମ୍ପର୍କରେ ଗୁରବାର ରାତିରେ ଥାନାରେ ଲିଖିତ ଅଭିଯୋଗ କରିଥିଲା ନାବାଳିକା । ଦଫା ୩୭୬, ୩୨୩, ୫୦୬ ଏବଂ ପକ୍ସୋ ଆଇନରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଉଭୟ ବାପ-ଝିଅଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ପୁଲିସ ୧୬୧ରେ ଝିଅର ବୟାନ ରେକର୍ଡ କରିଛି । ମାଜିଷ୍ଟେ୍ରଟଙ୍କ ଆଗରେ ହାଜର କରାଇ ୧୬୪ରେ ମଧ୍ୟ ବୟାନ ରେକର୍ଡ କରାଯାଇଛି । ମାଜିଷ୍ଟେ୍ରଟଙ୍କ ଆଦେଶ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ଏସଆଇ ସୀମା ସଙ୍ଗୀତା ଲୁଗୁନ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ସୂଚନାଥାଉକି, ଅଭିଯୁକ୍ତ କେବଳ ନିଜ ଝିଅ ସହ ଦୁଷ୍କର୍ମ କରିନାହିଁ । ପୂର୍ବରୁ ନିଜ ବୋହୂ ସହ ବି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ବୋହୂଟି ଦୃଢ ପ୍ରତିବାଦ କରିବାରୁ ଏଥିରେ ସଫଳ ହୋଇନଥିବା ଝିଅର ଭାଉଜ କହିଛନ୍ତି । ସ୍ତ୍ରୀ ଥିବା ସହ ଅଭିଯୁକ୍ତ ୬ଟି ପିଲାର ବାପା । ଏଭଳି ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁÂାନ ନେବା ଦରକାର ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons