
କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲ୍କୋ ବିସ୍ଥାପିତ ଆନେ୍ଦାଳନକାରୀ ଓ ପୁଲିସ ମଧ୍ୟରେ ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆନେ୍ଦାଳନକାରୀଙ୍କ ଟେକାମାଡ଼ରେ ଏଏସ୍ପି ଉକ୍ରଳରଞ୍ଜନ ଦାସଙ୍କ ସହ ୭ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଥିସହ ପୁଲିସର ଗୋଟିଏ ଗାଡ଼ି ଓ ମାଜିଷ୍ଟେ୍ରଟଙ୍କ ଗାଡ଼ି କାଚ ଭାଙ୍ଗିଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଆନେ୍ଦାଳନକାରୀଙ୍କ ଉପରେ ମୃଦୁ ଲାଠି ଚାଳନା କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ୪୦ରୁ ଅଧିକ ଆନେ୍ଦାଳନକାରୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ଖବର ଲେଖାଯିବା ବେଳକୁ ଆର୍ଥାତ୍ ରାତି ୮ଟା ସୁଦ୍ଧା ପରିସ୍ଥିତି ଅଶାନ୍ତ ରହିଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି ।
ସୂଚନା ଥାଉକି ନାଲ୍କୋ ବିସ୍ଥାପିତ(ଏଲଡ଼ିପି ସଂଘ) ପକ୍ଷରୁ ୬ଶହ ବିସ୍ଥାପିତ ପରିବାରଙ୍କୁ ନାଲ୍କୋରେ ନିଯୁକ୍ତି, ନାଲ୍କୋ ଥିବା ପର୍ଯ୍ୟନ୍ତ ବିସ୍ଥାପିତ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେବା ଆଦି ୩ଦଫା ଦାବି ନେଇ ଗତ ୧୭ ତାରିଖଠାରୁ ଦାମନଯୋଡ଼ି ଖଣିରାସ୍ତାରେ ଧାରଣା ଦିଆଯାଇ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଗତ ୧୭ ତାରିଖରୁ ନାଲ୍କୋର ଖଣି ଖନନ ଓ ପରିବହନ ବନ୍ଦ ରହିଥିଲା । ଦୈନିକ ୨୬ହଜାର ମେଟ୍ରିକ ଟନ୍ ବrାଇଟ ଖନନ ବନ୍ଦ ହେବା ସହିତ ୭ଶହ କର୍ମଚାରୀଙ୍କ କାମ ବନ୍ଦ ରହିଥିଲା । ପ୍ରଶାସନ ପକ୍ଷରୁ ଆନେ୍ଦାଳନକାରୀଙ୍କୁ ବୁଝାଇବା ପାଇଁ ଉଦ୍ୟମ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାକୁ ନେଇ ପୁଲିସ ଓ ଆନେ୍ଦାଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଅଧିକ ବିଗିଡ଼ିବା ପୂର୍ବରୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଦାମନଯୋଡ଼ି ଆଇଆଇସି ସମ୍ବିତ ବେହେରା କହିଛନ୍ତି, ଆନେ୍ଦାଳନକାରୀଙ୍କ ଯୋଗୁ ଗତ ୩ଦିନ ହେଲା ଖଣିକୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏହାକୁ ନେଇ ଶୁକ୍ରବାର ରାତିରେ କମ୍ପାନି କର୍ତ୍ତୃପକ୍ଷ, ପ୍ରଶାସନ ପକ୍ଷରୁ ଆନେ୍ଦାଳନକାରୀଙ୍କ ସହିତ ୧୦ ରାଉଣ୍ଡ ଆଲୋଚନା କରାଯାଇଥିଲା । ବିସ୍ଥାପିତଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ଉପରେ ଆଲୋଚନା କରାଯାଇଥିଲା । କିନ୍ତୁ ଆନେ୍ଦାଳନକାରୀମାନେ ବିସ୍ଥାପିତ ପରିବାରର ମୃତୁ୍ୟଘଟିଥିବା କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଦାବି କରିଥିଲେ । ସେଥିରେ ସେମାନେ ଅଟଳ ରହିଲେ । ଯାହାପାଇଁ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରି ନଥିଲା । ଆଜି ସକାଳେ ଆନେ୍ଦାଳନ ସ୍ଥଳ ଅଁଳାବାଡ଼ି ଛକ ଠାରୁ ଖଣି ରାସ୍ତାରେ ୧୪୪ ଧାରା ଜାରି କରାଯାଇଥିଲା । ମାଇକ ପ୍ରଚାର କରାଯାଇ ଆନେ୍ଦାଳନକାରୀଙ୍କୁ ଖଣି ରାସ୍ତାରୁ ହଟିବାକୁ କୁହାଯାଇଥିଲା । ଏପରକି ଖଣି ରାସ୍ତାକୁ ଗାଡ଼ି ଛାଡ଼ି ଅନ୍ୟତ୍ର ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ଆନେ୍ଦାଳନକାରୀ ଜାଗ ଛାଡ଼ିବାକୁ ରାଜି ନହୋଇ ବସି ରହିଥିଲେ । ତେଣୁ ସେମାନଙ୍କୁ ହଟାଇବା ପାଇଁ ଉଦ୍ୟମ କରିବା ବେଳେ ସେମାନେ ପୁଲିସ ଉପରେକୁ ଟେକାମାଡ଼ କରିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଅପରପକ୍ଷରେ ଆନେ୍ଦାଳନକାରୀମାନେ କହିଛନ୍ତି, ପୁଲିସ ଜୋରଜବରଦସ୍ତ ରାସ୍ତାରୁ ହଟାଇବା ସହିତ ପ୍ରଥମେ ଲାଠିଚାର୍ଜ କରିଥିଲା । ଫଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ବରିÂ ବିଜେପି ନେତା ଜୟରାମ ପାଙ୍ଗି କହିଛନ୍ତି, ଆନେ୍ଦାଳନକାରୀ ବହୁଦିନ ହେବ ସେମାନଙ୍କ ଅଧିକାର ପାଇଁ ଦାବି କରି ଆସୁଛନ୍ତି । କମ୍ପାନୀ ପାଇଁ ସେମାନେ ଘର ଓ ଜମି ହରାଇଛନ୍ତି । ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦାବି ଯଥାର୍ଥ । ଏହାକୁ ପୂରଣ କରିବା ଦିଗରେ କମ୍ପାନି କର୍ତ୍ତୃପକ୍ଷ ଟଳଟୁଳ ନୀତି ଅବଲମ୍ବନ କରିବା ଯୋଗୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଛି । ତେଣୁ ଅଟକ ରହିଥିବା ସମସ୍ତଙ୍କୁ ଛଡ଼ାଯାଉ ଓ ସେମାନଙ୍କ ନାମରେ ମାମଲା କରା ନଯାଉ ବୋଲି ଶ୍ରୀ ପାଙ୍ଗି ଦାବି କରିଛନ୍ତି ।
ଅତିରିକ୍ତ ଏସ୍ପି ଉକ୍ରଳରଞ୍ଜନ ଦାସ କହିଛନ୍ତି, ଆନେ୍ଦାଳନକାରୀଙ୍କ ଢେ଼ଲାମାଡ଼ରେ ତାଙ୍କ ସମେତ ଏସଡ଼ିପିଓ ନିରଞ୍ଜନ ବେହେରା, ଆରଆଇ ସୁବାସଚନ୍ଦ୍ର ନାୟକ ପ୍ରମୁଖ ସାମାନ୍ୟ ଆହାତ ହେବା ସହିତ ୪ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠିଚାଳନା କରାଯାଇଥିଲା । ଏଥିରେ କେତେକ ଆନେ୍ଦାଳନକାରୀ ଆହତ ହୋଇଛନ୍ତି । ୪୦ରୁ ଅଧିକ ଆନେ୍ଦାଳନକାରୀଙ୍କୁ ଅଟକ ରଖି ପରିସ୍ଥିତ ସ୍ୱାଭାବିକ କରାଯିବାକୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି । ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ ଅବଦଲ ଅହମ୍ମଦ ଅଖତର, ଦକ୍ଷିଣ ପଞ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସପି ବରୁଣ ଗୁଣ୍ଟୁପାଲ୍ଲି, ଉପଜିଲ୍ଲାପାଳ ଲଳିତକୁମାର କହଁର, କୋରାପୁଟ ତହସିଲଦାର ତଥା ମାଜିଷ୍ଟେ୍ରଟ ରଞ୍ଜନକୁମାର ମାନସେଠ୍ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଏଥିସହ ୮ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ଉପରେ ପ୍ରଶାସନ ଦୃଷ୍ଟି ରଖିଛି ।
Comments are closed, but trackbacks and pingbacks are open.