ଧାର୍ମିକ ବ୍ୟକ୍ତି ନାସ୍ତିକଙ୍କ ଭଳି ସ୍ମାର୍ଟ ନୁହନ୍ତି । ଏକ ଅଧ୍ୟୟନ ଏହା ସ୍ପଷ୍ଟ କରିଛି । ଆସ୍ତିକମାନଙ୍କ ବୁଦ୍ଧି ନାସ୍ତିକଙ୍କଠୁ କମ୍ । କାରଣ ସେମାନେ ତଥ୍ୟ ନୁହେଁ, ବରଂ ଅନ୍ତର୍ଜ୍ଞାନ ଉପରେ ଭରସା କରନ୍ତି । ଧାର୍ମିକ ବିଶ୍ୱାସର ଶକ୍ତି ବିପରୀତ ରୂପେ ବୁଦ୍ଧିମତା ସହ ସଂପୃକ୍ତ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି । ଲଣ୍ଡନ୍ ସ୍ଥିତ ଇଶ୍ଛିରିଆଲ୍ କଲେଜର ଗବେଷକମାନେ ୬୩ହଜାରରୁ ଅଧିକ ପ୍ରତିଯୋଗୀଙ୍କୁ ନେଇ ଅନ୍ଲାଇନ୍ ସର୍ଭେ କରିଥିଲେ । ଏଥିରେ ସେମାନଙ୍କ ଯୋଜନା, ଚିନ୍ତନ କ୍ଷମତା, ଧ୍ୟାନ ଓ ସ୍ମୃତି ଆଦି ମାପ କରାଯାଇଥିଲା । ପ୍ରତିଯୋଗୀଙ୍କୁ ନାସ୍ତିକ, ଧାର୍ମିକ କିମ୍ବା ନିରିଶ୍ୱରବାଦୀ(ଈଶ୍ୱରଙ୍କ ଅସ୍ତିତ୍ୱ ପ୍ରମାଣସାପେକ୍ଷ ନୁହେଁ ବୋଲି ବିଶ୍ୱାସ କରୁଥିବା ବ୍ୟକ୍ତି) ଭାବେ ଚିହ୍ନଟ କରାଯିବା ସହିତ ୩୦ ମିନିଟ୍ରେ ବୋଧଶକ୍ତି ସଶ୍ଛର୍କିତ ଏକ ପରୀକ୍ଷା ଶେଷ କରିବାକୁ ଦିଆଗଲା । ଲୋକମାନଙ୍କ ବୟସ, ଶିକ୍ଷା ଏବଂ ମୂଳ ଦେଶ ତୁଳନାରେ ଧାର୍ମିକତାର ପ୍ରଭାବ ଅଧିକ ମଜବୁତ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଲେ । ନିରିଶ୍ୱରବାଦୀମାନେ ଧାର୍ମିକଙ୍କଠାରୁ ବୁଦ୍ଧିଆ କିନ୍ତୁ ନାସ୍ତିକଙ୍କଠୁ ସେମାନଙ୍କ ବୁଦ୍ଧି କମ୍ ବୋଲି ଗବେଷକମାନେ କହିଛନ୍ତି । ଧାର୍ମିକତା ଓ ବୁଦ୍ଧିମତା ପରସ୍ପର ବିପରୀତ ଭାବେ ସଂପୃକ୍ତ- ଏହା ସ୍ପଷ୍ଟ ପ୍ରମାଣିତ ବୋଲି ଅ୍ମୟନର ମୁଖ୍ୟ ବୈଜ୍ଞାନିକ ଡା. ରିଚାର୍ଡ ଡଜ୍ ଫ୍ରଣ୍ଟିୟର୍ସ ଇନ୍ ସାଇକୋଲୋଜି ନାମକ ପତ୍ରିକାରେ ଉଲ୍ଲେଖ କରିଛନ୍ତି । ଏହି ସମ୍ବନ୍ଧ ଅନ୍ତର୍ଜ୍ଞାନଯୁକ୍ତ ସମସ୍ୟା ସମାଧାନ କରିବା ପାଇଁ ବ୍ୟବହାର ସମ୍ବନ୍ଧୀୟ ପକ୍ଷପାତିତାକୁ ଦର୍ଶାଏ, ଯାହା ବିଶ୍ଳେଷଣ କ୍ଷମତା ଓ ଅନ୍ତର୍ଜ୍ଞାନର ସଂଘର୍ଷ ଫଳରେ ତ୍ରୁଟି ହୋଇଥାଏ ବୋଲି ରିଚାର୍ଡ ଡଜ୍ କହନ୍ତି ।
Comments are closed, but trackbacks and pingbacks are open.