ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

କେନ୍ଦ୍ରପଡ଼ା: ନିଖୋଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁଆଁରପାଳ ଗ୍ରାମ ନିକଟ ଲୁଣା ନଦୀରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ସାଲେପୁର ଥାନା ବହ୍ଲବୀ ଦେବୀ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ରୋନାଲି ମହାନ୍ତି । ୪ ଦିନ ତଳେ ବଡ଼ପଡା ପୋଲ ଉପରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ ।
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁଆଁରପାଳ ଗ୍ରାମ ନିକଟ ଲୁଣା ନଦୀରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ସାଲେପୁର ଥାନା ବହ୍ଲବୀ ଦେବୀ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ରୋନାଲି ମହାନ୍ତି । ନିଶ୍ଚନ୍ତକୋଇଲି ବ୍ଲକ ଫତେପୁର ଗାଁରେ ତାଙ୍କ ଘର । ସେ ୪ ଦିନ ତଳେ କଲେଜରୁ ଫେରୁଥିବା ସମୟରେ ବଡ଼ପଡା ପୋଲ ଉପରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ ।
ଆଜି ସକାଳୁ କୁଆଁରପାଳ ଗ୍ରାମର କିଛି ଲୋକ ନଦୀ କୂଳରେ ଯୁବତୀଙ୍କ ମୃତ ଦେହ ଭାସୁଥିବାର ଦେଖି ମାର୍ଶାଘାଇ ପୋଲିସ କୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିବା ପରେ ପୋଲିସ ବ୍ୟବଚ୍ଛେଦ ଲାଗି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons