ବୈପାରିଗୁଡା: ମଦ୍ୟପାନ କରି ଜଣେ ବ୍ୟକ୍ତି ନିଜ ଘର ଭାଙ୍ଗି ଦେଇଛନ୍ତି । ସେ ହେଲେ କୋଲାର ପଞ୍ଚାୟତ ବଡ଼ାଗୁଡ଼ାର ଦୈତାରୀ ପାଙ୍ଗି । ଦୈତାରୀ କେବଳ ଘର ଭାଙ୍ଗି ନାହାନ୍ତି ଅସବାବପତ୍ର ମଧ୍ୟ ନଷ୍ଟ କରିଛନ୍ତି । ଏସମ୍ପର୍କରେ ଦୈତାରୀଙ୍କ ସ୍ତ୍ରୀ ମୁକ୍ତା ପାଙ୍ଗି ଥାନାରେ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ପୁଲିସ ଏବଂ ଅବକାରୀ ବିଭାଗର ଉଦାସୀନତା ଯୋଗୁଁ ଅଞ୍ଚଳରେ ମଦ କାରବାର ବଢୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।
ଆଜି ଦୈତାରୀ ପ୍ରଚୁର ମଦ ପିଇବା ପରେ ହିତାହିତ ଜ୍ଞାନ ହରାଇ ବସିଥିଲେ । ମଦ ପିଇବାକୁ ତାଙ୍କ ସ୍ତ୍ରୀ ମୁକ୍ତ ବିରୋଧ କରିବାରୁ ସେ ଅଧିକ ଉତ୍ୟକ୍ତ ହୋଇ ପଡ଼ିଥିଲେ । ଏକ କାଠରେ ଘର ଆଜବେଷ୍ଟସ ବାଡେଇ ଭାଙ୍ଗି ଦେଇଥିଲେ । ଘରର ଆସବାବପତ୍ରକୁ ମଧ୍ୟ ଛାଡି ନଥିଲେ । ମୁକ୍ତଙ୍କ ବାରଣ ସତ୍ତେ୍ୱ ଗରା, ମାଠିଆ ଭଙ୍ଗାରୁଜା କରିଥିଲେ । ଗାଁର କିଛି ଯୁବକ ଦୈତାରୀଙ୍କୁ ଅଟକାଇରୁ ସେମାନଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ସୂଚନାଥାଉକି, ବଡ଼ାଗୁଡ଼ାର ମାଧବ ପାଙ୍ଗି ଏବଂ ମୂରଲୀ ସଗରିଆ ଦୀର୍ଘ ଦିନ ହେବ ଗାଁରେ ବେଆଇନ ମଦ ରାନ୍ଧିବା ସହ ବ୍ୟବସାୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାକୁ ବନ୍ଦ କରିବା ଲାଗି ଗାଁର କିଛି ଯୁବକ ବାରମ୍ବାର ଦାବି କରୁଥିଲେ ବି ସେମାନେ ଖାତିର କରୁନାହାନ୍ତି । ହାତ ପାହାନ୍ତାରେ ମଦ ମିଳୁଥିବାରୁ ଲେକେ ପିଇ ଗାଁରେ ଅଶାନ୍ତି ସୃଷ୍ଟି କରୁଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.