ନୀଳଗିରି,(ବି.ବି.ନୁ୍ୟଜ୍): ନୀଳଗିରି ଏନଏସି ୯ନଂ ୱାର୍ଡ ଅଧୀନ କାହାଳିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ରାଗି ବାପ ଘରକୁ ଚାଲିଯିବା ପରେ ଫୋନ ନ ଉଠାଇବାରୁ ଶନିବାର ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସୂଚନାରୁ ପ୍ରକାଶ, କାହାଳିଆ ଗ୍ରାମର ବାଇଧର ସିଂଙ୍କ ପୁଅ ଗୋପାଳ (ବାବୁ, ୩୫) ସହ କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କର ଝଗଡ଼ା ହୋଇଥିଲା । ଏଣୁ ତାଙ୍କ ସ୍ତ୍ରୀ ବାପା ଘରକୁ ପଳାଇ ଯାଇଥିଲେ । ଶନିବାର ସକାଳେ ପତ୍ନୀଙ୍କୁ ଫୋନ କରିବାରୁ ସେ ଉଠାଇନଥିଲେ । ଫଳରେ ଗୋପାଳ ଘର ଭିତରେ କବାଟ କିଳି ଦେହରେ କିରାସିନି ଢାଳି ହୋଇ ନିଅାଁ ଲଗାଇ ଦେଇଥିଲେ । ଫଳରେ ଗୋପାଳ ଗୁରୁତର ହେବା ସହ ନିଅାଁରେ ଘରଟି ଆଂଶିକ ପୋଡ଼ିଯାଇଛି । ଚିକ୍ରାର ଶୁଣି ଗାଁ ଲୋକେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ପରେ ଗୋପାଳ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଗାଁରେ ଦୌଡ଼ିଥିଲେ । ଦମକଳ ବାହିନୀ ଆସି ନିଅାଁକୁ ଆୟତ୍ତ କରିବା ସହ ଗୁରୁତର ଗୋପାଳକୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କର ସ୍ୱାସ୍ୱ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୋପାଳଙ୍କର ଦୁଇଟି ଛୋଟ ପିଲା ଥିବା ବେଳେ ସେ ଦିନମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ । ଉତ୍ତମ ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.