ନିଜ ପିଲାଙ୍କଠୁ ପ୍ୟାରେଣ୍ଟିଂ ଶିଖୁଛନ୍ତି ଜିତେନ୍ଦ୍ର

Get real time updates directly on you device, subscribe now.

ସରୋଗେସି ମାଧ୍ୟମରେ ୨୦୧୬ରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଅଭିନେତା ଜିତେନ୍ଦ୍ରଙ୍କର ପୁଅ ତୁଷାର କପୁର । ପରେ କନ୍ୟା ଏକତା ବି ତାଙ୍କ ପଦାଙ୍କ ଅନୁସରଣ କରିଥିଲେ । ଲକ୍ଡାଉନ୍ର ଏହି ସମୟକୁ ସେମାନଙ୍କର ପିଲାମାନଙ୍କ ଗହଣରେ ବିତାଉଛନ୍ତି ଜିତେନ୍ଦ୍ର । ତେବେ ତାଙ୍କ ଅପେକ୍ଷା ତାଙ୍କର ପିଲାମାନେ ଅଧିକ ଦାୟିତ୍ୱବାନ୍ ବୋଲି ସେ ସ୍ୱୀକାର କରିଛନ୍ତି । ଏକ ଅନଲାଇନ୍ ପୋର୍ଟାଲକୁ ଜିତେନ୍ଦ୍ର କହିଛନ୍ତି, ଯେତେବେଳେ ଏକତା, ତୁଷାର ସାନ ଥିଲେ ସେତେବେଳେ ଦିନରେ ୩ଟି ସିଫ୍ଟରେ ସୁଟିଂରେ ବ୍ୟସ୍ତ ରହୁଥିଲେ ସେ । କାରଣ ବହୁତ ଗୁଡ଼ିଏ ଫିଲ୍ମ ଏକାସାଙ୍ଗରେ ସୁଟିଂ ହେଉଥିଲା । ଏଭଳି କ୍ଷେତ୍ରରେ ସେ ସମୟ ଦେଇପାରୁ ନଥିଲେ ପିଲାମାନଙ୍କୁ । ବର୍ତ୍ତମାନ କିନ୍ତୁ ବ୍ୟସ୍ତ ଥିଲେ ବି ପିଲାମାନଙ୍କ ପ୍ରତି ତୁଷାର ଓ ଏକତା ଯେଉଁଭଳି ସମର୍ପଣ ଭାବ ପ୍ରଦର୍ଶନ କରୁଛନ୍ତି ତାହା ଦେଖି ତାଙ୍କୁ ଖୁବ୍ ଖୁସି ଲାଗୁଛି । ଏପରିକି ସେ ଭଲ ବାପା ନଥିଲେ ବୋଲି ଅନୁଭବ ବି କରୁଛନ୍ତି । ତେଣୁ ସେ ନିଜ ପିଲାଙ୍କଠାରୁ ପ୍ୟାରେଣ୍ଟିଂ କଳା ଶିଖୁଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons