ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଶିଳ୍ପାୟନରେ ପୁଣିଥରେ ‘କୋରିଆ’ ପୂର୍ଣ୍ଣିମା ଚାନ୍ଦ ଦେଖାଦେବ । ପୁଞ୍ଜିନିବେଶର ସୁଅ ଛୁଟିବ । ରାଜ୍ୟରେ ଗଢ଼ିଉଠିବ ଅଗଣିତ ଶିଳ୍ପସଂସ୍ଥା । ଆଜି କୋରିଆ ଶିଳ୍ପ ପ୍ରତିନିଧି ଟିମ୍ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କୁ ଭେଟିବା ପରେ ଓଡ଼ିଶାରେ ଏମିତି ନିବେଶ ଆଶା ସଞ୍ଚାର ହୋଇଛି ।
ଭାରତର ସର୍ବବୃହତ ବିଦେଶୀ ପୁଞ୍ଜିନିବେଶ ଘୋଷଣା କରିଥିବା ପୋସ୍କୋ ଷ୍ଟିଲ୍ ବିଭିନ୍ନ କାରଣରୁ ୨୦୧୭ରେ ଓଡ଼ିଶାକୁ ବାଏ ବାଏ କରିଥିଲା । ଏହାପରେ ସରକାର ଦକ୍ଷିଣ କୋରିଆରୁ ପୁଞ୍ଜିନିବେଶ ଆଶା ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ । ପୁଣି କେବେ କୋରିଆ ଶିଳ୍ପପତି ଯେ ଓଡ଼ିଶାମୁହାଁ ହେବେ, ତାହା ସ୍ୱପ୍ନରେ ବି ଭାବି ନ ଥିଲେ ।
୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ଭାରତରେ ଅବସ୍ଥାପିତ କୋରିଆ ଗଣରାଜ୍ୟ ରାଷ୍ଟ୍ରଦୂତ ସିନ୍ ବଙ୍ଗ୍ କିଲ୍ଙ୍କ ନେତୃତ୍ୱାଧୀନ ୪୬ ଜଣିଆ ପ୍ରତିନିଧି ଦଳ ସହ ସାକ୍ଷାତ୍ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗିତାର ବହୁ ସମ୍ଭାବନା ରହିଛି । ଏବେ ସରକାର ରାଜ୍ୟ ପାଇଁ ‘ଭିଜନ୍-୨୦୩୦’ ପ୍ରସ୍ତୁତ କରୁଛନ୍ତି । ଏହା ଅଧୀନରେ ରାଜ୍ୟରୁ ଉପôାଦନ ହେଉଥିବା ଧାତବ ପଦାର୍ଥର ୫୦ଧକୁ ଓଡ଼ିଶା ଭିତରେ ହିଁ ମୂଲ୍ୟଯୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାବ୍ୟତୀତ ଦେଶର ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ଏସବୁ ଦିଗରେ କୋରିଆ ବେଶ୍ ସୁଦୃଢ଼ । ଏଣୁ କୋରିଆ ନିବେଶକଙ୍କ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଛି ।
Comments are closed, but trackbacks and pingbacks are open.