
ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବ୍ଲକ୍ ଗାଲପଡ଼ା ପଞ୍ଚାୟତ ଅନ୍ତର୍ଗତ ନିମବାହାଳି ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଗ୍ରାମରୁ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଗ୍ରାମର ବିଶ୍ୱାଳ ସାହି, ପଟ୍ଟନାୟକ ସାହି, କେଉଟ ସାହି ଓ ତଅଁଳା ସାହିକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଗ୍ରାମର ପ୍ରମୋଦ ପଟ୍ଟନାୟକଙ୍କ ଘରଠାରୁ ଜଗବନ୍ଧୁ ବେହେରାଙ୍କ ଘର ପର୍ଯ୍ୟନ୍ତ ଏହି କଟକଣା ଜାରି ହୋଇଛି । ଜାରି ହୋଇଥିବା କଟକଣା ୧୯ ତାରିଖ ସକାଳ ୭ ଘଟିକାଠାରୁ ୨୨ ତାରିଖ ସକାଳ ୭ ଘଟିକା ଯାଏଁ ବଳବତ୍ତର ରହିବ । ଏହିସବୁ ଅଞ୍ଚଳରେ ଲୋକଙ୍କ ଯିବାଆସିବା ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ସଂପୃକ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ରେ କଣ୍ଟାକ୍ଟ ଟ୍ରେସିଂ, ଟ୍ରାକିଂ ସହ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ଲାଗି ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଆଜି ସକାଳୁ ନିମବାହାଳି ଗ୍ରାମକୁ କଷ୍ଟେନ୍ମେଣ୍ଟ୍ ଘୋଷଣା କରାଯାଇଥିବା ବେଳେ ରାତିରେ ବାଡ଼ ବନ୍ଧା ଯାଇ ରାସ୍ତାକୁ ବନ୍ଦ କରାଯାଇଥିଲା । ଦୀର୍ଘ ୧୨ ଘଣ୍ଟା ପରେ କଣ୍ଟେନମେଣ୍ଟ୍ ଜୋନ୍ରେ ବାଡ଼ାବନ୍ଦୀ କରାଯିବାକୁ ନେଇ କ୍ଷୋଭ ପ୍ରକାଶ ପାଇଛି । ଏହା ମଧ୍ୟରେ ଅନେକ ବ୍ୟକ୍ତି ଚଳପ୍ରଚଳ କରିଥିବାରୁ ସଂକ୍ରମଣ ଆଶଙ୍କା ବଢ଼ିଛି ।


Comments are closed, but trackbacks and pingbacks are open.