ନିମୋକୋକାଲ୍ ଭ୍ୟାକ୍ସିନେସନ୍ ଆରମ୍ଭ

Get real time updates directly on you device, subscribe now.

ଜୟପୁର: ଶିଶୁଙ୍କୁ ନିମୋକୋକସ୍ ଜୀବାଣୁଜନିତ ନିମୋନିଆ ଏବଂ ମସ୍ତିଷ୍କ ସଂକ୍ରମଣରୁ ରକ୍ଷା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନେସନ୍(ପିଭିସି) କାର୍ଯ୍ୟକ୍ରମ । ଆଜି ସହରର ଜଗଦ୍ଧାତ୍ରୀପୁର ଅର୍ବାନ ପିଏଚ୍ସି ଏବଂ କୁମ୍ଭାରସାହି ୟୁପିଏଚ୍ସି(ଏଲ୍ଆର୍)ରେ ଏହାର ଶୁଭାରମ୍ଭ କରାଯାଇଛି । ପ୍ରଥମ ଦିନ ଉଭୟ କେନ୍ଦ୍ରରେ ୨୯ ଜଣ ଶିଶୁଙ୍କୁ ଟିକା ଦିଆଯାଇଛି । ସପ୍ତାହର ପ୍ରତି ବୁଧବାର ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁÂିତ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ।
ଡାକ୍ତର କହିଛନ୍ତି, ନିମୋନିଆ ୫ ବର୍ଷରୁ କମ୍ ବୟସର ପିଲା ମୃତୁ୍ୟର ଏକ ପ୍ରମୁଖ କାରଣ । ନିମୋକୋକାଲ୍ ରୋଗ ହେଲେ ଶିଶୁର ମୃତୁ୍ୟ ହେବା ଅଧିକ ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ପିଭିସି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିଲାଗି ଶିଶୁଙ୍କୁ ୩ଟି ଟିକା ଦିଆଯିବ । ସେଗୁଡ଼ିକ ହେଉଛି ଶିଶୁ ଜନ୍ମର ଦେଢ଼ମାସ ଭିତରେ ପ୍ରଥମ ଟିକା, ସାଢେ଼ ତିନି ମାସ ଭିତରେ ଦ୍ୱିତୀୟ ଟିକା ଏବଂ ୯ ମାସ ମଧ୍ୟରେ ତୃତୀୟ ତଥା ବୁଷ୍ଟର୍ ଟିକା । ଏହି ଟିକା ନେଲେ ଅନ୍ୟ ଟିକା ପରି ଶିଶୁଙ୍କୁ ସାମାନ୍ୟ ଜ୍ୱର କିମ୍ବା ଟିକା ନେବା ସ୍ଥାନ ନାଲି ପଡ଼ିପାରେ । ଏଥିଲାଗି ବ୍ୟସ୍ତ ହେବା ଅନାବଶ୍ୟକ । ନିମୋକୋକାଲ୍ ଟିକା ଅନ୍ୟ ଟିକା ସହ ନିଆଯାଇପାରିବ । ଉଭୟ ଅର୍ବାନ୍ ପିଏଚ୍ସିରେ ପ୍ରତି ବୁଧବାର ଟିକା ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଉପଲବ୍ଧ ହେବ । ଆଜି ଜଗଦ୍ଧାତ୍ରୀପୁରରେ ୨୦ ଏବଂ କୁମ୍ଭାରସାହି ଟିକାଦାନ କେନ୍ଦ୍ରରେ ୯ ଜଣ ଶିଶୁ ଟିକା ନେଇଛନ୍ତି । ଟିକା ନେବାକୁ ମହିଳାଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିଲା । ଟିକାଦାନ ବେଳେ ଉଭୟ ଡାକ୍ତରଖାନାର ଅଧିକାରୀ, ନର୍ସ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons