ନିମ୍ନମାନର କାମ:ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ପାଡୁଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ପାଇପ ଯୋଗେ ଜଳଯୋଗାଣ କାମ ଚାଲିଥିଲା । ହେଲେ ଠିକାଦାର ଯେନତେନ ପ୍ରକାରେ କାମ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ନନ୍ଦପୁର ବିଡିଓ ହସ୍ତକ୍ଷେପ କରିଥିଲେ । ଡ୍ରେନ୍ ଭିତରେ ପାଇପ୍ ନଦେଇ ଅଟକଳ ଅନୁଯାୟୀ ଜଳଯୋଗାଣ ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଠିକାଦର ବିଡିଓଙ୍କୁ ହଁ କହିଥିଲେ ମଧ୍ୟ ବର୍ତ୍ତମାନ ଠିକ୍ ଭାବେ କାମ କରୁନାହିଁ । ଏହାକୁ ନେଇ ଗ୍ରାମବାସୀ ପୁଣିଥରେ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନାଅନୁଯାୟୀ, କିଛିଦିନ ତଳେ ଜିଲ୍ଲାପାଳ ପାଡୁଆ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆରଡି/ପିଏଚ୍ ତରଫରୁ ଠିକାଦାର ମନୋଜ ଖଟୁଆଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ଷ୍ଟାଫ କ୍ୱାର୍ଟରକୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ ପାଇପଲାଇନ୍ ବିଛାଇବା କାମ ଦିଆଯାଇଥିଲା । ଠିକାଦାର ମାତ୍ର ୬ ଇଞ୍ଚ ଗାତଖୋଳି ଡ୍ରେନ୍ ମଧ୍ୟରେ ପାଇପ୍ ବିଛା କାମ ଚାଲୁକରିଥିଲେ । ଏନେଇ ଗାଁଲୋକେ ବିଡିଓଙ୍କୁ ଅଭିଯୋଗ କରିଥିଲେ । ବିଡିଓ ଅଟକଳ ଅନୁଯାୟୀ କାର୍ଯ୍ୟ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଠିକାଦାର ମେସିନ୍ ଆଣି ଗାତ ଖୋଳି କାମ କରିବାକୁ ପ୍ରତିଶ୍ରୁତି ଦେଇ ୨ଦିନ କାମ ବନ୍ଦ କରିଥିଲେ । ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ୨ଦିନ ପରେ ସମ୍ପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ପୂର୍ବପରି ୬/୮ ଇଞ୍ଚ ମାଟି ଖୋଳି ଠିକାଦାରଜଣଙ୍କ ପାଇପ ବିଛାଇବା କାର୍ଯ୍ୟ କରୁଥିବା ଗ୍ରାମବାସୀ ଦେଖିବା ପରେ ତାଙ୍କୁ ସେଭଳି ନକରିବାକୁ କହିଥିଲେ । ଏଥିରେ ଠିକାଦାରଜଣଙ୍କ ରାଗିଯାଇ ବିଡିଓଙ୍କ କହିଲେ ତାଙ୍କର କିଛି ହେବ ନାହିଁ ବୋଲି କହିଛନ୍ତି । ତାଙ୍କୁ ନିଦେ୍ର୍ଧଶ ଦେବାକୁ ବିଡିଓ କିଏ, ସେ ତାଙ୍କ ବିଭାଗର ଠିକାଦାର ନୁହନ୍ତି, ଆରଡି ପିଏଚ୍ ବିଭାଗରେ ସେ ଠିକାଦାର କାମ କରୁଥିବା କହି ଲୋକଙ୍କୁ ଧମକ ଦେଇଥିଲେ । ଠିକାଦାରଙ୍କ ଏଭଳି କଥା ଶୁଣି ଗ୍ରାମବାସୀ ପୁଣିଥରେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତୁରନ୍ତ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ୍ କରିବା ସହ ନିମ୍ନମାନର କାମ ବନ୍ଦ କରିବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons