
ମାଲକାନଗିରି, (ବି.ବି.ନୁ୍ୟଜ) ନିମ୍ମମାନର କାମ ଯୋଗୁ ପୋଟେରୁ କେନାଲ ଭାଙ୍ଗି ଶହ ଶହ ଚାଷ ଚାମିନଷ୍ଟ ହେବାସହ ୮ଟି ଘରେ ପାଣି ପସି ଘର କାନ୍ଥ ଭୁଷୁଡିପଡିଛି । ଏପରି ଅଭାଭନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୋରାଖୁଠାଂ ପଚାଂୟତ ଏମପିଭି ୨ ଗ୍ରାମନିକଟରେ । ସେହି ଗ୍ରାମ ନିକଟ ରେ ଯାଇଥିବା କେନାଲରୁ ପାଣି ଲିକ ହେଉଥିବାର ଦେଖି ଗତ ଦୁଇଦିନତଳେ ଗ୍ରାମବାସୀ ମାନେ ପୋଟେରୁ କେନାଲ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ । କନିଷ୍ଟ ଯନ୍ତ୍ର ଓ ବିଭାଗୀୟ ଅଧିକାରୀ ମାନେ ଗତ କାଲି କିଛି ବାଲିବସ୍ତା ସେଠାରେ ପକାଇ ପଳାଇଥିଲେ । ଆଜି ସକାଳେ ସେହି କେନାଲଟି ଭାଙ୍ଗି ଯାଇ ପ୍ରବଳ ବେଗରେ ବନ୍ୟା ଆସିବାପରି ପାଣି ନିକଟସ୍ଥ ଗ୍ରାମକୁ ପ୍ରବେଶ କରିଥିଲା । ଗ୍ରାମର ୮ଟି ଘେର ପାଣିପସି ଘର ର ମାଟି କାନ୍ଥ ଭୁଷୁଡି ପଡିବାସହିତ ଘରର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବଗୁଡିକ ନଷ୍ଟ ହୋଇଯାଇଛି । ଏହି କେନଲ ଜଣ ପନାରଗୁଡା,ଏମପିଭି୨, ଏମପିଭି୩ ଗ୍ରାମର ଶହ ଶହ ଏକର ଚାଷ ଜମିରେ ପସି ବାଦାମ,ପନିପରିବା, ଖରାଦିନିଆ ଧାନ ଫସଲ ମଧ୍ୟ ନଷ୍ଟହୋଇ ଯାଇଥିବାର ନିକଟସ୍ଥ ଗ୍ରାମର ନରେଶ ବିଶ୍ୱସ, ପନାରଗୁଡା ଗ୍ରାମର ସମା ମାଡକାମି ଙ୍କ ସହ ଅନ୍ୟାନ ଚାଷୀ ମାନେ ଅଭି ଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ ବୃହତ ପୋଟେରୁ ଜଳ ସେଚନ ବିଭାଗ ପ କ୍ଷରୁ ନିମ୍ମମାନର କେନଲା ଖୋଲା ଯାଇଥିବାରୁ କେନାଲରେ ପାଣି ଚଢାଗଲାବେଳକୁ ବାରମ୍ବାରା କେଲାନଗୁଡିକ ଭାଙ୍ଗି ଭୁଷୁଡି ଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ ଖାମଖିଆଲି ଭାବେ ନେଉଥିବାରୁ ଗରିବ ଚାଷୀ ଓ ଗ୍ରାମବାସୀ ମାନେ ବହୁତ ହଇରାମ ହେଉଥିବାର ଦେଖିବାକୁ ମିଳୁଛି ।


Comments are closed, but trackbacks and pingbacks are open.