ନିରଞ୍ଜନଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିଦେ୍ର୍ଧଶକ ଦାୟିତ୍ୱ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ନିଦେ୍ର୍ଧଶକ ଭାବେ ନିରଞ୍ଜନ ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ସେଠୀ ବର୍ତ୍ତମାନ ସୂଚନା ଓ ଲୋକ ସମ୍ପର୍କ ଭିବାଗର ବୈଷୟିକ ନିଦେ୍ର୍ଧଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ପୂର୍ବତନ ନିଦେ୍ର୍ଧଶକ କୃପାସିନ୍ଧୁ ମିଶ୍ର ଆଜି ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଦୀର୍ଘ ୧ ମାସ ଧରି ସେ ବିଭାଗର ନିଦେ୍ର୍ଧଶକ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କାର୍ଯ୍ୟକାଳରେ କୋଭିଡ ପରିସ୍ଥିତିରେ ଗଣମାଧ୍ୟମ ସୁପରିଚାଳନା କରିବା ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ରହିଥିଲା । ଏହା ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ ତୁଲାଇଛନ୍ତି । ଏହି ଅବସରରେ ଆଜି ବିଭାଗ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଭାଗୀୟ ନିଦେ୍ର୍ଧଶକ ଶ୍ରୀ ସେଠୀ ବିଦାୟୀ ନିଦେ୍ର୍ଧଶକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ସଚିବ, ଯୁଗ୍ମ ନିଦେ୍ର୍ଧଶକ ଏବଂ ଓଡ଼ିଶା ସୂଚନା ସେବା ସଂଘ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons