ନିରଞ୍ଜନଙ୍କୁ ୫୦୦ ଟଙ୍କା ଜୋରିମାନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): କରୋନା ବେଳେ ସାମାଜିକ ଦୂରତା ନ ରଖି ରାସ୍ତା ଉପରେ ଆନେ୍ଦାଳନ କରୁଥିବା ଯୋଗୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୫୦୦ ଟଙ୍କା ଫାଇନ୍ ଦେବାକୁ ପଡିଛି । କମିଶନରେଟ୍ ପୋଲିସ ତାଙ୍କ ଠାରୁ ଫାଇନ୍ ଆଦାୟ କରିଛି । ସେହିଭଳି ଅଲ୍ ଇଣ୍ଡିଆ ଫରୱାଡ କ୍ଲବର ସାଧାରର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର , ଆପ୍ର ନିଶିକାନ୍ତ ମହାପାତ୍ର, ସିପିଆଇଏମ୍ର ଅଳି କିଶୋର ପଟ୍ଟନାୟକ, ସିପିଆଇର ଆଶିଷ କାନୁନଗୋ ଏବଂ କଂଗ୍ରେସ ସଂପାଦକ ସପ୍ତଗୀରୀ ଉଲ୍ଲାକାଙ୍କ ନାଁରେ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଚାଲାଣକାଟିଛି । ସୂଚନାଯୋଗ୍ୟ, କରୋନା ପରିଚାଳନାରେ ବିଭ୍ରାଟ ହୋଇଥିବା ଅଭିଯୋଗରେ ଆଜିରାଜ୍ୟ ସରକାରଙ୍କ ବିରୋଧରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସ ନେତୃତ୍ୱରେ ୧୩ଟି ରାଜନୈତିକ ଦଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସାମାଜିକ ଦୂରତା ଉଲ୍ଲଂଘନ ହୋଇଯିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons