ବଲାଙ୍ଗିର: ନୟାଗଡ଼ ପରି ହତ୍ୟା ଘଟଣାର ସ୍ୱତନ୍ତ୍ର ତଦନ୍ତକାରୀ ଦଳର ମୁଖ୍ୟ ଭାବେ ସରକାର ରାଜ୍ୟ ପରିବହନ ନିଗମର ମୁଖ୍ୟ ଆଇ. ଜି. ଅରୁଣ ବୋଥ୍ରାଙ୍କୁ ନିଯୁକ୍ତ କରିଛନ୍ତି । କିନ୍ତୁ ଏହି ଘଟଣାର ସତ୍ୟା ସତ୍ୟ ତଦନ୍ତ ପାଇଁ ସି.ଆର. ପି.ସି. ଧାରା ୩୬ ଅନୁସାରେ ଯେଉଁ ସବୁ ଆଇନଗତ କ୍ଷମତା ରହିବା କଥା ତାହା ତାଙ୍କ ପାଖରେ ନାହିଁ । ତେଣୁ ବୋଥ୍ରା ବିନା କ୍ଷମତାରେ କିପରି ଏହି ହତ୍ୟା ଘଟଣାର ନ୍ୟାୟଚିତ ତଦନ୍ତ କଟିପାରିବେ ବୋଲି କଂଗ୍ରେସ ବିଧାୟକ ଦଳ ତରଫରୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ଏହା ସହ ପରି ହତ୍ୟା ଘଟଣାର ତଦନ୍ତ ପ୍ରକ୍ରିୟା କୁ ଆହୁରି ସ୍ପଷ୍ଟ , ନିରପେକ୍ଷ ଓ ବିଶ୍ୱାସନୀୟ କରିବା ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦୃଢ଼ ଦାବି କରିଛନ୍ତି । ଏହି ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଈଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା SIT ଗଠନ ହେଉ, ଯାହାର କି, ନିରୀକ୍ଷଣ ଓ ତଦନ୍ତ ଦାୟିତ୍ୱ ମାନ୍ୟବର ହାଇ କୋର୍ଟ ଙ୍କ ଅଧୀନ ରେ ରହିବ ବୋଲି ଶ୍ରୀ ମିଶ୍ର ଦାବୀ ପ୍ରକାଶ କରିଛନ୍ତି ।
ସେ ନିଜ ଦାବିରେ କହିଛନ୍ତି ଯେ, ବର୍ତମାନ ସରକାର ଗଠନ କରିଥିବା SIT ବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ରେ ରାଜ୍ୟ ପୋଲିସ କିମ୍ବା CBI ଅଧିକାରୀ ଯିଏ ବି ରୁହନ୍ତୁ ସେଥିରେ ଅକ୍ଷମର ଆପତ୍ତି ନାହିଁ, କିନ୍ତୁ ନିରପେକ୍ଷ ତଦନ୍ତ ପାଈଁ SIT ନିଶ୍ଚିତ ଭାବରେ ମାନ୍ୟବର ହାଇକୋର୍ଟଙ୍କ ତତ୍ୱାବଧାନ ରେ କାମ କରିବା ଆବଶ୍ୟକ କ୍ଷ
କିନ୍ତୁ ବର୍ତମାନ ବିଭିନ୍ନ ସୂତ୍ରରୁ ସୁନ ଯାଉଛି ଯେ, ସରକାର ଦ୍ୱାରା ଗଠିତ SIT ର ମୁଖ୍ୟ ଆଇ. ଜି. ଅରୁଣ ବୋଥ୍ରା ବର୍ତମାନ ରାଜ୍ୟ ପରିବହନ ନିଗମ ର ମୁଖ୍ୟ ପରିଚାଳନା ନିର୍ଦେଶକ ଥିବାବେଳେ ଧାରା ୩୬ CRPC ଅନୁସାରେ ଜଣେ ପୋଲିସ ଅଧିକାରୀ ଭାବେ ସେପରି ତାଙ୍କର କୌଣସି କ୍ଷମତା ନାହିଁ । ତେଣୁ ବିନା କ୍ଷମତା ରେ ସେ ଏହି SIT ର ତଦନ୍ତ କରିବେ କିପରି ।
ସେଥିପାଇଁ ପରୀ ହତ୍ୟା ଘଟଣା ପରୀ ପ୍ରେକ୍ଷୀ ରେ ଗଠିତ SIT ରେ ଯେଉଁଠି ପୋଲିସ ଅଧିକାରୀ ରହିବେ ତାଙ୍କର CRPC ଧ।ରା ୩୬ ଅନୁସାରେ ତଦନ୍ତ ପ୍ରକ୍ରିୟା ର ସମସ୍ତ କ୍ଷମତା ରହିବା ସହିତ ଉକ୍ତ SIT ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ ମାନ୍ୟବର ହାଇକୋର୍ଟ ଙ୍କ ତଦାରଖ ରେ କାମ କରିବ, ତାହା ହେଲେ ଯାଇ ପରୀ ହତ୍ୟା ଘଟଣା ର ତଦନ୍ତ ନିରପେକ୍ଷ ଓ ବିଶ୍ୱସନୀୟ ହୋଇପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେହିପରି ପରି ହତ୍ୟା ଘଟଣାରେ କଂଗ୍ରେସ ବିଧାୟକ ଦଳ ଉପରେ ଅଶାଳୀନ ମନ୍ତବ୍ୟ କରିଥିବା ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିବା ପାଇଁ ଦିଆଯାଇଥିବା ୧୫ ଦିନ ସମୟ ବିତି ଯାଇଥିବା ବେଳେ ସେ ଆଜି ପର୍ୟ୍ୟନ୍ତ କ୍ଷମା ମାଗି ନାହାନ୍ତି । ତେଣୁ ଶ୍ରୀ ମିଶ୍ର ତାଙ୍କ ଓକିଲଙ୍କ ଜରିଆରେ ସମ୍ବିତ ପାତ୍ର ଙ୍କୁ ଓକିଲ ନୋଟିସ ପଠାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତୀତ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ସାହୁ ଓ ମହିଳା ନେତ୍ରୀ ମିଳନୀ ସାହୁ ମଞ୍ଚରେ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.