ନିରାଡ଼ମ୍ବରରେ ପାଳିତ ହେଲା ଚୈତ୍ର ପର୍ବ

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନିରାଡ଼ମ୍ବରରେ ଘରେ ଘରେ ପାଳିତ ହୋଇଛି ଚୈତ୍ର ପର୍ବ । କରୋନା କଟକଣା କାରଣରୁ ମା’ଙ୍କ ଘଟଯାତ୍ରା ବନ୍ଦ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁମାନେ ନିଜ ଘରେ ଇଷ୍ଟଦେବୀଙ୍କ ପୂଜା କରିଥିଲେ । ନଡିଆ, ଆମ୍ବ ଓ ମହୁଲ ଭୋଗ ଲଗାଇବା ସହ କୁକୁଡ଼ା, ପାରା ବଳି ଦେଇଥିଲେ । ଘରେ ଘରେ ମାଛ, ମାଂସ ରୋଷେଇ କରାଯାଇଥିଲା ।
ମୋତିଗାଁ ବେଶ୍ରା ବଂଶ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ନିଜ ଇଷ୍ଟ ଦେବ ରାଜ ଭୈରବଙ୍କ ପାଖରେ ପୂଜା କରାଯାଇଥିଲା । ବେଶ୍ରା ପରିବାରର ସମସ୍ତ ସଦସ୍ୟ ନୂଆ ଆମ୍ବ, ମହୁଲ ସେବନ କରିବା ସହ ମହାମାରୀ କରୋନା ଦାଉରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ । ଅନ୍ୟପଟେ ପାନାବେଡ଼ାର ଅଧିÂାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ କୋଭିଡ୍ କଟକଣା ମାନି ବିଶେଷ ପୂଜା ଓ ବଲିଦାନ କରାଯାଇଥିବା ପୂଜକ ଚୈନସିଂ ପୂଜାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons