ନିର୍ବନ୍ଧ ଭାଙ୍ଗି ମା’କୁ କିଡ୍ନୀ ଦାନ

Get real time updates directly on you device, subscribe now.

ମା’ଙ୍କୁ କିଡ୍ନୀ ଦାନ କରିବା ନିଷ୍ପତ୍ତିକୁ ଭାବୀ ସ୍ୱାମୀ ବାରଣ କରିବାରୁ ତାଙ୍କ ସହ ନିର୍ବନ୍ଧକୁ ବାତିଲ କରି ବାଂଲାଦେଶର ଜଣେ ୨୫ ବର୍ଷୀୟା ମହିଳା ନିଜ ମା’ଙ୍କୁ ନିଜର ଗୋଟିଏ କିଡ୍ନୀ ଦାନ କରିଛନ୍ତି । ସ୍ଥାନୀୟ ଅଞ୍ଚଳ ଓ ସୋସିଆଲ୍ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର ପରିଧିକୁ ଆସିଛି । ମଣିପାଲ ହସ୍ପିଟାଲରେ ଏହି ମାମଲା ସାମ୍ନାକୁ ଆସିଛି । ଅବିବାହିତ ମହିଳା ଅନ୍ୟ ମହିଳାଙ୍କୁ ଅଙ୍ଗ ଦାନ କରିବା ଘଟଣା ବିରଳ ବୋଲି ସ୍ଥାନୀୟ ଡାକ୍ତରମାନେ କହିଛନ୍ତି । ଏଭଳି ମାମଲାରେ ଅଙ୍ଗ ପ୍ରତ୍ୟାରୋପଣ ଲାଗି ଡାକ୍ତରମାନେ କୁଙଋିତ ହୁଅନ୍ତି, କାରଣ ଉଭୟ ଦାତା ଓ ଗ୍ରହିତାଙ୍କ ଭବିଷ୍ୟତ ଜୀବନରେ ସମସ୍ୟାର ଆଶଙ୍କା ଥାଏ ବୋଲି ଉକ୍ତ ଡାକ୍ତରଖାନାର ନେଫ୍ରୋଲୋଜିଷ୍ଟ ଡା. ଶଙ୍କରନ୍ ସୁନ୍ଦର କହିଛନ୍ତି । ୧୦ ବର୍ଷ ତଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ଜଣେ ମହିଳା ନିଜ ବାପାଙ୍କୁ କିଡ୍ନୀ ଦାନ କରିବାକୁ ଇଚ୍ଛୁକ ଥିବା ଜଣାଇଥିଲେ । ସେ ଗର୍ଭବତୀ ଥିବାରୁ ଗର୍ଭପାତ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ । କିନ୍ତୁ ଡା. ସୁନ୍ଦର ତାଙ୍କୁ ଏପରି କରିବାକୁ ଦେଇନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons